ଧାରଣା ବେଳେ ଉତ୍ତେଜନା, ତହସିଲ ଅଫିସ୍ ଫାଟକ ସମ୍ମୁଖରେ ହୋହଲ୍ଲା କଲେ ଗ୍ରାମବାସୀ

Published By : Prameya-News7 Bureau | November 17, 2020 IST

ଭଦ୍ରକ ୧୭।୧୧: ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଫିସ୍ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ଦେଖାଦେଇଛି ଉତ୍ତେଜନା । ମୁର୍ଦ୍ଦାବାଦ ନାରା ଦେଇ ଗେଟ୍ ସମ୍ମୁଖରେ ହୋହଲ୍ଲା କଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ଧାରଣାକାରୀଙ୍କ ସହ ଆଲୋଚନା ପରେ ଉତ୍ତେଜନା ଶାନ୍ତ ପଡିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ପଞ୍ଚାୟତର ଗ୍ରାମବାସୀମାନେ ଧାମନଗର ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି । ଧାମନଗର ବ୍ଲକର ଦୋବାଲ ରାଜସ୍ବ ଗ୍ରାମ ୩ଟି ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଦୋବାଲ ନିକଟ ସୋଧଠାରେ ନିର୍ମାଣ ପାଇଁ ସ୍ଥିର ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୋବାଲ ପଞ୍ଚାୟତ ଦୋବାଲ ରାଜସ୍ବ ଗ୍ରାମ ନାମରେ ନାମିତ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଅନ୍ୟ ଗ୍ରାମରେ ନିର୍ମାଣ କରାନଯାଉ । ତେବେ ପ୍ରସ୍ତାବିତ ସ୍ଥାନରୁ କେତେକ ଲୋକ ବେଆଇନ ଭାବେ ଗଛ କାଟିବା ସହ ମାଟି ମଧ୍ୟ ଉଠାଇ ନେଇଛନ୍ତି । ତେବେ ପଞ୍ଚାୟତ କାର୍ଯ୍ୟାଳୟ  ନିର୍ମାଣର ପ୍ରତିବାଦରେ ତହସିଲ ସମ୍ମୁଖରେ ଧାରଣାରେ ବସିଥିବା ବେଳେ କୌଣସି କାରଣରୁ ଉତ୍ତେଜିତ ହୋଇଥିଲେ ଧାରଣାକାରୀ । ଧାରଣାସ୍ଥଳରୁ ଉଠି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଧାମନଗର ପୋଲିସ ପହଞ୍ଚିଥିଲା । ଶେଷରେ ପୋଲିସ ଉପସ୍ଥିତିରେ ତହସିଲ ଅଧିକାରୀ ଓ ଧାରଣାକାରୀଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.