Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପ୍ରାର୍ଥୀ ଚୟନକୁ କେନ୍ଦ୍ରକରି କଂଗ୍ରେସ ଭବନ ଆଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

31/03/2019 at 6:02 PM

ଭୁବନେଶ୍ବର ୩୧|୩: କଂଗ୍ରେସ ଭବନ ଆଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରାର୍ଥୀ ଚୟନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଭଦ୍ରକରୁ ଆସିଥିବା ନେତ୍ରୀଙ୍କୁ ତାଲା ପକାଇଲେ ଅନ୍ୟ ଏକ ଗୋଷ୍ଠୀ ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମହିଳା କଂଗ୍ରେସର ସଦସ୍ୟ । ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ବରେ ମହିଳା କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ଯେପର୍ଯ୍ୟନ୍ତ ପିସିସି ସଭାପତି ନଆସି ତାଙ୍କ ସହ ଆଲୋଚନା କରିନାହାନ୍ତି ସେ ପର୍ଯ୍ୟନ୍ତ ଧାରଣାରୁ ଓହରିବେନାହିଁ ବୋଲି କର୍ମୀମାନେ ଚେତାବନୀ ଦେଇଥିଲେ ।

ମହିଳାମାନଙ୍କୁ ଦଳ ଉପେକ୍ଷିତ କରିଥିବା ଅଭିଯୋଗ କରିଥିଲେ। ମହିଳା କଂଗ୍ରେସ ସଭାନେତ୍ରୀଙ୍କ ମଧ୍ୟ ଟିକେଟ୍ ଦିଆଯାଇନାହିଁ । କଂଗ୍ରେସର ଘୋଷଣା ହୋଇଥିବା ୧୧୧ଟି ବିଧାନସଭା ଆସନ ମଧ୍ୟରୁ ୧୦ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ନେଇ ମହିଳା କଂଗ୍ରେସ ସଭାନେତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟ ଟିକେଟ୍ ବଣ୍ଟା ବେଳଠାରୁ ହିଁ ବିଦ୍ରୋହ ଦେଖାଦେଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରିଲାନାହିଁ । ଯାହା ଫଳରେ ବାଧ୍ୟ ହୋଇ ଆଜି ମହିଳା କଂଗ୍ରେସ ନେତ୍ରୀମାନେ ଫାଟକରେ ତାଲା ପକାଇ ଧାରଣାରେ ବସିରହିଥିଲେ ।

   Related Posts