Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ବାପା ବିଜେଡି ବିରୋଧୀ, ପୁଅ ବିଜେଡିର ସାଧାରଣ ସଂପାଦକ : ପ୍ରତିଦିନ ଦାମଙ୍କ ଘରେ ଲାଗିଛି କଳି ଝଗଡା

14/03/2019 at 4:15 PM

ଭୁବନେଶ୍ବର ୧୪|୩ : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଘରେ ଏବେ ପ୍ରବଳ ଅଶାନ୍ତି ଲାଗିରହିଥିବା ପଦାକୁ ଆସିବାରେ ଲାଗିଛି । ଡାକ୍ତର ରାଉତ ବିଜେଡିରୁ ବହିଷ୍କୃତ ହେବା ପରଠାରୁ ତାଙ୍କ ପୁଅ ସମ୍ବିତ ରାଉତ ଓ ଝିଅ ପ୍ରିତିନନ୍ଦା ରାଉତଙ୍କ ରାଜନୈତିକ କ୍ୟାରିୟର ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ବିରୋଧୀ ରାଜନୀତି ନକରିବା ପାଇଁ ଡାକ୍ତର ରାଉତଙ୍କୁ ତାଙ୍କ ପୁଅ ଓ ଝିଅ ପ୍ରବର୍ତ୍ତାଉଥିବା ବେଳେ ଡାକ୍ତର ରାଉତ କିନ୍ତୁ ନଛୋଡବନ୍ଦା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କର ନିକଟତମ କିଛି ଯୁବ ରାଜନାତଙ୍କୁ ସେ ବରାବର ଟାର୍ଗେଟ୍ କରିଆସିଛନ୍ତି ।

ପ୍ରଥମେ ବିଜେଡି ବିରୋଧୀ ଆଞ୍ଚଳିକ ଦଳ ଗଠନ ଉଦ୍ୟମ ଏବଂ ଦୁଇ ଦିନ ତଳେ ଦିଲ୍ଲୀ ଯାଇ ବିଜେପି ସାଙ୍ଗରେ ମୁଲଚାଲ କରି ଦାମ ଫେରିଛନ୍ତି । ଫଳରେ ବିଜେଡିରେ ସମ୍ବିତ ରାଉତଙ୍କ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହଁ ଯେକୌଣସି ପରିସ୍ଥିତିରେ ପାରାଦୀପରୁ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଦାମ ଦୃଢୋକ୍ତି ପ୍ରକାଶ କରୁଛନ୍ତି । କୌଣସି କାରଣରୁ ଯଦି ସମ୍ବିତ ରାଉତଙ୍କୁ ବିଜେଡି ପାରାଦୀପରେ ପ୍ରାର୍ଥୀ କଲେ ତାହେଲେ ବାପ-ପୁଅ ଭିତରେ ନିଆରା ଲଢେଇ ହେବ ବୋଲି ରୋଚକ ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ଖୋଦି ଡାକ୍ତର ଦାମୋଦର ରାଉତ କହିଛନ୍ତି ନିଜ ରାଜନୈତିକ କ୍ୟାରିୟର ପାଇଁ ନିଷ୍ପତ୍ତି ନେବାର ସ୍ବାଧିନତା ସେ ତାଙ୍କ ପୁଅ ଓ ଝିଅଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ଫେରିବା ପରେ ବିଜେଡି ସାଧାରଣ ସଂପାଦକ ସମ୍ବିତ ରାଉତ ମଧ୍ୟ ସମାନ କଥା ବାପାଙ୍କ ପାଇଁ କହିଥିଲେ । ସମ୍ବିତ କହିଥିଲେ ଯେ, ଜଣେ ରାଜନେତା ହିସାବରେ ସେ କେଉଁ ଦଳରେ ଯୋଗଦେବେ ସେ ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ସ୍ବାଧିନତା ତାଙ୍କ ବାପାଙ୍କର ରହିଛି । ଉଭୟ ବାପା ଓ ପୁଅ ଲୋକ ଦେଖାଣିଆ ଭାବେ ତଥା ଗଣମାଧ୍ୟମକୁ ଏହି ସୂଚନା ଦେଉଥିଲେ ସୁଦ୍ଧା ଅସଲରେ ଦାମଙ୍କ ଘରେ ଏବେ ଏହି ପ୍ରସଙ୍ଗକୁ ନେଇ ଝଡ ସୃଷ୍ଟି ହୋଇଥିବା କୁହାଯାଉଛି । କୌଣସି ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ନଉଠାଇବା ପାଇଁ ଦାମଙ୍କ ଉପରେ ସମ୍ବିତ ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ଦାମ କୌଣସି ମତେ ସମ୍ବିତଙ୍କ ପରାମର୍ଶ ଓ ଚାପକୁ ଗ୍ରହଣ କରୁନାହାନ୍ତି ।

ଆଗାମୀ ନିର୍ବାଚନରେ ଦାମ କେଉଁଠାରୁ ପ୍ରାର୍ଥୀ ହେବେ ବୋଲି ସାମ୍ବାଦିକମାନେ କରିଥିବା ପ୍ରଶ୍ନକୁ ଦାମ ଏଡାଇ ଯାଇଛନ୍ତି । ପୁଣି ଦିଲ୍ଲୀ ଗସ୍ତ କଥାକୁ ମଧ୍ୟ ଦାମ ଅସ୍ବୀକାର କରିଛନ୍ତି । ପୁଅ ସମ୍ବିତ ରାଉତ ପାରାଦୀପରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଦାମ ମତ ରଖିଛନ୍ତି । ତା ନିଷ୍ପତ୍ତି ସେ ନିଜେ ନେବ, ତାକୁ କହିବାକୁ ମୁଁ କିଏ ବୋଲି କହିଲେ ଦାମ କହିଛନ୍ତି ।

   Related Posts