ଜମି ଉଚ୍ଛେଦକୁ ନେଇ ଉତ୍ତଜେନା, ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ

Published By : Prameya-News7 Bureau | October 15, 2020 IST

ଢେଙ୍କାନାଳ ୧୫।୧୦: ସରକାରୀ ଜାଗା ଉଚ୍ଛେଦ ନେଇ ଉତ୍ତେଜନା । ଢେଙ୍କାନାଳ ସହର ତଳି ବୋରାପଦା ଖମାର ଠାରେ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ତହସଲି ପକ୍ଷରୁ ପାଚେରୀ ନିର୍ମାଣକୁ ବିରୋଧ କରି ଉତ୍ତେଜନା ରହିଛି ।

{"id":344815,"sizeSlug":"large"}

ସରକାରୀ ଜାଗାରୁ ଉଚ୍ଛେଦ କରିବା ସମୟରେ ଉତ୍ତେଜନା । ଢେଙ୍କାନାଳ ସହର ବୋରାପଦା ଖମାର ଗାଁରେ ଗ୍ରାମବାସୀ ଓ ତହସିଲ କର୍ମଚାରୀ ମୁହାଁମୁହାଁ ହୋଇଛନ୍ତି । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଛିଛନ୍ତି । ଉତ୍ତେଜନା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

{"id":344816,"sizeSlug":"large"}

ବୋରାପଦା ଖମାର ମୌଜାର ସାଢ଼େ ତିନି ଏକର ଗ୍ରାମ୍ୟ ଜଙ୍ଗଲ କିସମର ଜାଗାକୁ ବେଆଇନ ଦଖଲ ଆଶଙ୍କାରେ ଢେଙ୍କାନାଳ ତହସିଲ ପକ୍ଷରୁ ଚାରିପଟେ ପାଚେରୀ ନିର୍ମାଣ କରାଯାଉଥିଲା । ଯାହାକୁ  ଗ୍ରାମବାସୀମାନେ ବିରୋଧ କରୁଛନ୍ତି । ସ୍ଥାନୀୟ ଗାଁର ଉଭୟ ମହିଳା ଓ ପୁରୁଷ ଆସି ବିରୋଧ କରୁଛନ୍ତି । ଫଳରେ ଏହି କାର୍ଯ୍ୟ ବନ୍ଦ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.