ରାସ୍ତା କାମକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

Published By : Prameya-News7 Bureau | December 17, 2020 IST

ଢେଙ୍କାନାଳ ୧୭।୧୨: ରାସ୍ତାକାମକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଅଁଳବେଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ତିନିଜଣ ଆହତ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଅଁଳାବେଡା ଗାଁର ରାସ୍ତା  କାମ ଓ ଗଛ କଟାକୁ ନେଇ ତୁମୁଳକାଣ୍ଡ ହୋଇଛି । ଦୁଇ ଗୋଷ୍ଠି ମଧ୍ୟରେ ଠେଙ୍ଗା ଓ ଭୁଜାଲି ରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଯାହାଫଳରେ ଉଭୟ ପକ୍ଷରୁ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ତିନିଜଣ  ଉକ୍ତ ଗ୍ରାମର ମୂଲିଆ ବିଶ୍ବାଳ ,  କୈବଲ୍ୟ ବିଶ୍ବାଳ ଓ  ସୁଚିତ୍ର। ବିଶ୍ଵାଳ ନାମକ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି । ଅଅଁଳାବେଡା ଗ୍ରାମରେ ଏକ ରାସ୍ତା କାମ ଚାଲୁଥିବା ବେଳେ ସେଠାରୁ କିଛି ଗଛ କାଟି ଦେଇଥିଲେ ଠିକାଦାର । ଦୁଇଗୋଷ୍ଠି ମଧ୍ୟରେ ମାଡପିଟ ହୋଇଥିଲା । ଉଭୟ ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଦିଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଋଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.