ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ମେଡିକାଲରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତଲୋକ

Published By : Prameya-News7 Bureau | May 14, 2019 IST

ଚଣ୍ଡିଖୋଲ ୧୪|୫: ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଧର୍ମଶାଳା ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ମୃତକ ହେଲେ ଭୂବନ ଗାଁର ଅଞ୍ଜଳି ବେହେରା ।

{"id":111576}

ଗତକାଲି ବିଳମ୍ବିତ ରାତିରେ ପ୍ରସବ ପାଇଁ ଅଞ୍ଜଳିଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାର ଇନଚାର୍ଜ ମାନସ ରଂଜନ ସ୍ବାଇଁ ଭୁଲ୍ ଅପରେସନ କରିବାରୁ ତାଙ୍କର ରକ୍ତସ୍ରାବ ହୋଇଥିଲା। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କଲାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":111577}

ଖବର ପାଇ ସ୍ଥାନୀୟ ଅଂଚଳର ଲୋକେ ମେଡିକାଲ ଆସି ଭଙ୍ଗାରୁଜା କରିଥିଲେ । ଫଳରେ ମେଡିକାଲର ବହୁ ଆସବାବପତ୍ର ଭାଙ୍ଗିଯାଇଛି। ସମ୍ପୃକ୍ତ ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.