Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ୨ ପରିବାର ମୁହାଁମୁହିଁ, ବୁଲିଲା ଭୁଜାଲି-ଟାଙ୍ଗିଆ, ୮ ଗୁରୁତର

11/10/2020 at 8:24 AM

ଧାମନଗର ୧୧।୧୦: ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ । ଭୁଜାଲି ଓ ଟାଙ୍ଗିଆ ମାଡ଼ରେ ଉଭୟ ପକ୍ଷରୁ ୮ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଳିକିରି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ୨ ପକ୍ଷ ମୁହାଁମୁହିଁ ହୋଇଛନ୍ତି ।

ପାଳିକିରି ଗାଁର ଖଗେଶ୍ବର ଦାସ ଏବଂ ଗୟାଧର ମାଝିଙ୍କ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବିବାଦ ଲାଗି ରହିଥିଲା । ଗୋଟିଏ ପକ୍ଷର ଜଣେ ଲୋକ ବଜାରକୁ ଯାଇଥିବା ବେଳେ, ଅନ୍ୟପକ୍ଷ ତାଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଭୁଜାଲି, ଟାଙ୍ଗିଆ ଭଳି ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ପକ୍ଷର ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ପ୍ରଥମେ ସେମାନଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଗାଁ ଲୋକ । ପରେ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ଅବସ୍ଥା ବିଗିଡ଼ିବାରୁ ୪ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଅଛନ୍ତି । ଧାମନଗର ପୋଲିସ ଗାଁରେ ଡେରା ପକାଇଛି ।

   Related Posts