ଅଭାବନୀୟ : ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
25/02/2021 at 1:53 PM

କଟକ ୨୫।୦୨: କଟକ ମାନସିଂହ ପାଟଣାରେ ଅଭାବନୀୟ ଘଟଣା । ସୀମା ଲଂଘିଲେ ଦୁର୍ବୁତ୍ତ । ଜଣେ ଛାତ୍ରୀଙ୍କୁ ଘରେ ପୁରାଇ ନିଆଁ ଲଗାଇଦଲେ ଦୁର୍ବୃତ୍ତ । ଯାହାଫଳରେ ଯୁବତୀଜଣଙ୍କ ଗୁରୁତର ହୋଇଛନ୍ତି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ଦିନ କଟକ ମାନସିଂହ ପାଟଣାରେ ଜଣେ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡିମାରିଦେବାକୁ ଉଦ୍ୟମ କରାଯାଇଛି । ଏପରିକି ଛାତ୍ରୀଙ୍କୁ ଘରେ ଭିତରେ ପୁରାଇ ବାହାର ପଟୁ ନିଆଁ ଲଗାଇଦେଇଥିଲା । ଯାହାଫଳରେ କି ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଛାତ୍ରୀଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗୁରୁତର ଯୁବତୀଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

ତେବେ ମିଳିଥିବା ସୂଚନାନୁସାରେ , ଯୁବତୀ ଜଣଙ୍କ କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ୨ ପାଠ ପଢୁଛନ୍ତି । ଆଜି ପରିବାର ଲୋକେ ପୂଜା କରିବାକୁ ମନ୍ଦିର ଯାଇଥିଲା । ଠିକ୍ ଏହି ସମୟରେ କିଛି ଦୁର୍ବୃତ୍ତ ଘରେ ପଶି ଯୁବତୀଙ୍କ ହାତ ଗୋଡ଼ ବାନ୍ଧିଦେଇଥିଲେ । ଏହାପରେ ବାହାର ପଟୁ ଘରର କବାଟ ଦେଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ନିକଟରେ ଥିବା ଲୋକେ ଦୌଡି ଆସିଥିଲେ , ଏବଂ ତୁରନ୍ତ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାରେ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କ ବୟାନ ଆଧାରରେ ଘଟଣାରେ ତଦନ୍ତ ଆଗକୁ ବଢିବ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଯୁବତୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ମଧ୍ୟ ରଖାଯାଇଛି ।