Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କ୍ଵାରେଣ୍ଟାଇନ ସେଣ୍ଟରରେ ତବଲିଗି ଜମାତ ସଦସ୍ୟଙ୍କ କେଳେଙ୍କାରୀ, ଡାକ୍ତରଙ୍କ ଉପରକୁ ପକାଇଲେ ଛେପ : ମାଗିଲେ ଅନୁପଯୁକ୍ତ ଜିନିଷ

2/04/2020 at 1:28 PM

ନୂଆଦିଲ୍ଲୀ ୦୨/୦୪ : ନିଜାମୁଦ୍ଦିନ ମର୍କଜରୁ ବାହାରିଥିବା ପ୍ରାୟ ୨୩୦୦ ଅଧିକ ଲୋକଙ୍କୁ କ୍ଵାରେଣ୍ଟାଇନ ସେଣ୍ଟର ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତର ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଦୀପକ କୁମାର କହିଛନ୍ତି ଯେ, ତବଲିଗୀ ଜାମାତ ନିଜାମୁଦ୍ଦିନର ୧୬୭ ଜଣ ଲୋକ ଗତକାଲି ରାତି ୯.୪୦ ମିନିଟ ସମୟରେ ୫ ଟି ବସ ଯୋଗେ ତୁଗଲକାବାଦ କ୍ଵାରେଣ୍ଟାଇନ ସେଣ୍ଟର ପହଞ୍ଚିଥିଲେ। ୯୭ ଜଣଙ୍କୁ ଡିଜେଲ ସେଡ ଟ୍ରେନିଂ ସ୍କୁଲ ହଷ୍ଟେଲରେ ଏବଂ ୭୦ ଜଣଙ୍କୁ ଆରପିଏଫ ବ୍ୟାରେକ କ୍ୟାଣ୍ଟିନ ସେଣ୍ଟରରେ ରଖାଯାଇଛି। ସେ କହିଛନ୍ତି ଯେ ଏହି ଲୋକମାନେ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ଡାକ୍ତରଙ୍କ ସମେତ ଅନ୍ୟମାନଙ୍କ ଉପରେ ଛେପ ପକାଇବା ଆରମ୍ଭ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଲୋକମାନେ ସକାଳୁ ଅନିୟନ୍ତ୍ରିତ ଥିଲେ ଏବଂ ଖାଦ୍ୟ ପାନୀୟକୁ ନେଇ ଅନୁପଯୁକ୍ତ ଦାବି କରୁଥିଲେ। ସେମାନେ କ୍ଵାରେଣ୍ଟାଇନ ସେଣ୍ଟରର କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ବ୍ୟତୀତ ସେମାନେ ସମସ୍ତ କାର୍ଯ୍ୟରତ ଲୋକ ଏବଂ ଡାକ୍ତରଙ୍କ ଉପରେ ଛେପ ପକାଇବା ଆରମ୍ଭ କରିଥିଲେ। ଡାକ୍ତରଙ୍କ ତାଗିଦକୁ ଖାତିର ନ କରି ସେମାନେ ହଷ୍ଟେଲ ବିଲଡିଂରେ ମଧ୍ୟ ବୁଲୁଥିଲେ। ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ କିମ୍ବା ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ ଦକ୍ଷିଣ ପୂର୍ବ ଡିଏମଙ୍କୁ କୁହାଯାଇଥିଲା। ଅପରାହ୍ନ ସାଢେ ୫ଟା ସମୟରେ ୪ ଦିଲ୍ଲୀ ପୋଲିସ ନିକ ଏବଂ୬ ଜଣ ସିଆରପିଏଫ ଯବାନଙ୍କ ସହ ଏକ ପିସିଆର ଭ୍ୟାନ୍ କ୍ୟାଣ୍ଟିନ ସେଣ୍ଟରରେ ନିୟୋଜିତ କରାଯାଇଥିଲା।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ବୁଧବାର ଟ୍ୱିଟ୍ କରି କହିଛନ୍ତି ଯେ, “ପ୍ରାୟ 36 ଘଣ୍ଟିଆ ଏହି ଅପରେସନରେ ମେଡିକାଲ କର୍ମଚାରୀ, ପ୍ରଶାସନ, ପୋଲିସ, ଡିଟିସି କର୍ମଚାରୀ ସମସ୍ତେ ଏକାଠି କାମ କରି ନିଜ ଜୀବନକୁ ବିପଦରେ ପକାଇ କାମ କରିଛନ୍ତି । ଏମାନଙ୍କୁ ହୃଦୟର ସହ ସାଲ୍ୟୁଟ୍। ନିଜାମୁଦ୍ଦିନର ଆଲମି ମର୍କଜରେ ଦୀର୍ଘ ୩୬ ଘଣ୍ଟା ଅପରେସନ ଦ୍ୱାରା ସକାଳ ଚାରିଟାରେ ସମ୍ପୁର୍ଣ୍ଣ କୋଠାକୁ ଖାଲି କରାଯାଇଥିଲା । ଏହି ବିଲ୍ଡିଂରୁ ମୋଟ ୨୩୬୧ଜଣ ଲୋକ ବାହାରକୁ ଆସିଥିଲେ। ଏଥିମଧ୍ୟରୁ ୬୧୭ ଜଣ ଡାକ୍ତରଖାନାରେ ଥିଲେ ଏବଂ ଅନ୍ୟମାନଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା ।

   Related Posts