Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପ୍ରାର୍ଥୀ ଚୟନ ପରେ ବି କଂଗ୍ରେସରେ ଦ୍ଵନ୍ଦ: ପୃଥ୍ବୀଙ୍କ ପରେ ପିପିଲିରୁ ଲଢିବାକୁ ମନାକଲେ ଯୁଧିଷ୍ଠିର ସାମନ୍ତରାୟ, ସୁମିତ୍ରା ଦେଲେଣି ଇସ୍ତଫା ଧମକ

3/04/2019 at 6:34 PM

ଭୁବନେଶ୍ୱର ୩|୪: ପ୍ରାର୍ଥୀ ଚୟନ ପରେ ବି କଂଗ୍ରେସର ଦ୍ଵନ୍ଦ ଯାଉନି । ନିର୍ବାଚନ ଲଢ଼ିବେନି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ । ସେହପରି କଂଗ୍ରେସର ପିପିଲି ପ୍ରାର୍ଥୀ ଯୁଧୀଷ୍ଠିର ସାମନ୍ତରାୟ ମଧ୍ୟ ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଏପଟେ ଟିକେଟ ବଣ୍ଟନରେ ଅସନ୍ତୋଷ ହୋଇ ସଭାନେତ୍ରୀ ପଦବୀରୁ ଇସ୍ତଫା ଦେବାକୁ ସୁମିତ୍ରା ଜେନା ଚେତାବନୀ ଦେଇଥିବାବେଳେ ଧର୍ମଶାଳା ପ୍ରାଥୀ ସ୍ମୃତିରେଖା ପହିକୁ ବିରୋଧୀ କରି ନିରଞ୍ଜନଙ୍କ ବାସଭବନରେ ଅନଶନରେ ବସିଥିଲେ ସ୍ଥାନୀୟ କଂଗ୍ରେସ କର୍ମୀ।


କାହିଁକି ନିର୍ବାଚନ ଲଢ଼ିବେନି ପୃଥ୍ବୀବଲ୍ଲଭ ପଟ୍ଟନାୟକ ? କଣ ହେଲା ଜାନକୀ ପୁତ୍ରଙ୍କର ? ଟିକେଟ ମିଳିବା ପରେ କଣ ପାଇଁ ମନାକଲେ ପୃଥ୍ବୀ ? ଏହା ପଛର ରହସ୍ୟ କଣ ? ବ୍ୟକ୍ତିଗତ ସମସ୍ୟା ନା କୌଣସି ଚାପ ? ଏ ପର୍ଯ୍ୟନ୍ତ ପୃଥ୍ବୀ ପାଟି ଖୋଲି ନାହାନ୍ତି ।

ଯାହା ଏଭଳି ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରୁଛି । କାରଣ ଜିଲ୍ଲା କଂଗ୍ରେସ, ପିସିସି କମିଟି ସୁପାରିଶ କରିବା ପରେ ଏଆଇସିସି ତାଙ୍କୁ ଟିକେଟ ଦେଇଥଲା। ଏପରିକି ସେ ଲଢ଼ିବା ପାଇଁ ହଁ କହିଥିଲେ। ଚର୍ଚ୍ଚା ହେଉଛି ତାଙ୍କୁ ଟିକେଟ ନ ଦେବାକୁ କୁଆଡେ ସୌମ୍ୟ ପଟ୍ଟନାୟକ ନିରଞ୍ଜନଙ୍କୁ ମନା କରିଛନ୍ତି। ତାଙ୍କୁ ନଦେଇ ପ୍ରଦୀପ ସାହୁଙ୍କୁ ପ୍ରର୍ଥୀ କରିବାକୁ ସୌମ୍ୟ କୁଆଡେ ଚାପ ପକାଇଥିବା କୁହାଯାଉଛି। ଫଳରେ ଆଜି ସଂଧ୍ୟାରେ ପ୍ରକାଶ ପାଇଥିବା ତାଲିକାରେ ପ୍ରଦୀପଙ୍କୁ ବେଗୁନିଆ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।


ସେହିଭଳି ଗତକାଲି ପିପିଲି ବିଧାନସଭା ଆସନ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ହେଲେ ଆଜି ଯୁଧିଷ୍ଠିର ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେ କାହିଁକି ନିର୍ବାଚନ ଲଢିବେ ନାହିଁ ତାହା ପ୍ରକାଶ କରି ନାହାଁନ୍ତି । ସେ ବି ପୃଥ୍ବୀଙ୍କ ଭଳି ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ପିପିଲିରେ ବିଡେଡିର ପ୍ରଦୀପ ମହାରଥୀ ଓ କଂଗ୍ରେସରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ମଧ୍ୟରେ ପାରମ୍ପରିକ ଲଢେଇ ହୋଇଥାଏ । ଏଥର ଆଉ ତାହା ଦେଖିବାକୁ ମିଳିବନି ।


ଏପଟେ ଧର୍ମଶାଳା ନିର୍ବାଚନମଣ୍ତଳୀରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ସ୍ମୃତିରେଖା ପହିଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ କଂଗ୍ରେସ କର୍ମୀ । ତୁରନ୍ତ ତାଙ୍କୁ ବଦଳାଇବା ପାଇଁ ଦାବି କରି ନିରଞ୍ଜନଙ୍କ ବାସଭବନରେ ଅନଶନରେ ବସିଥିଲେ। । ଏହା ସହ ମହିଳା କଂଗ୍ରେସ ସଭାନେତ୍ରୀ ମଧ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ।

ଡମି ଭଳି କାମ କରିବା ଅପେକ୍ଷା ନିଜର ସ୍ବାଭିମାନ ପାଇଁ ମହିଳା ସଭାନେତ୍ରୀ ପଦରୁ ଇସ୍ତଫା ଦେବା ଭଲ ବୋଲି କହିଛନ୍ତି ସୁମିତ୍ର । ୫୧ ଜଣଙ୍କୁ ଟିକେଟ ଦେବା ପାଇଁ ମହିଳା କଂଗ୍ରେସ ସୁପାରିଶ କରିଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଟିକେଟ ମିଳିଛି । ଯାହାକୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଧାରଣାରେ ବସିଥିଲା ମହିଳା କଂଗ୍ରେସ । ସେଠି ତାଙ୍କୁ ବାହାର ଲୋକେ ଆକ୍ରମଣ କଲେ ।

ଯେଉଁଥିପାଇଁ ସେ ନିରାଶ ହୋଇ ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସୁମିତ୍ରା।

   Related Posts