କଂଗ୍ରେସରେ ଟିକେଟ କନ୍ଦଳ : ଝାରସୁଗୁଡା ପାର୍ଟି ଅଫିସରେ ଝୁଲିଲା ତାଲା

Published By : Prameya-News7 Bureau | March 23, 2019 IST

ଭୁବନେଶ୍ୱର ୨୩/୩ : ଟିକେଟ୍‌କୁ ନେଇ ବଢ଼ିଲା କଂଗ୍ରେସ କନ୍ଦଳ । ପ୍ରାର୍ଥୀ ଚୟନକୁ ନେଇ ଖୋଲାଖୋଲି ବିରୋଧ କଲେଣି ଦଳୀୟ ନେତା ଆଉ କର୍ମୀ । ଝାସୁଗୁଡ଼ାରେ ଦଳୀୟ  ପ୍ରାର୍ଥୀଙ୍କୁ ବିରୋଧ କରି ପାର୍ଟି ଅଫିସରେ ତାଲା ପକାଇଥିବା ବେଳେ ନୀଳଗିରିରେ ଗଣ୍ଡଗୋଳ ଯୋଗୁଁ ଅଧାରୁ ବନ୍ଦ ହୋଇଛି କଂଗ୍ରେସ କର୍ମୀ ସମ୍ମିଳନୀ । ସେହିଭଳି ରାଉରକେଲାରେ ବିରୋଧ ଯୋଗୁଁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି ମୁକ୍ତିକାନ୍ତ ବିଶ୍ବାଳ । ଆଉ ପାରଳାଖେମୁଣ୍ଡିରେ ଟିକେଟ୍‌ ନମିଳିବାରୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  ତିରୁପତି ପାଣିଗ୍ରାହୀଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ । ….

{"id":96135}

ବଢ଼ିଲା କଂଗ୍ରେସର ଟେନସନ୍‌ । ଟିକେଟ୍‌କୁ ନେଇ ତେଜିଲା କନ୍ଦଳଝାରସୁଗୁଡ଼ା କଂଗ୍ରେସ ପାର୍ଟି ଅଫିସରେ ଝୁଲିଲା ତାଲା ।କଂଗ୍ରେସ ପ୍ରାର୍ଥୀ ଭାବେ ମହେନ୍ଦ୍ର ନାୟକଙ୍କ ନାଁ ଘୋଷଣା ପରେ ବଢ଼ିଛି ଅସନ୍ତୋଷ । ଦଳ ଫାଇନାଲ କରିଥିବା ପ୍ରାର୍ଥୀଙ୍କ ବିରୋଧରେ ବିଦ୍ରୋହକୁ ଓହ୍ଲାଇଛନ୍ତି ଜିଲ୍ଲାର ବରିଷ୍ଠ ନେତା ଓ ପୁରୁଣା ନେତା ସେମାନଙ୍କ ସମର୍ଥକ ।

{"id":96136}

ସେପଟେ ନୀଳଗିରିରେ ପ୍ରାର୍ଥୀ ଘୋଷଣା ପରେ ତାତିଛନ୍ତି ଦଳୀୟ କର୍ମୀ । ରାଜପରିବାର ସଦସ୍ୟ ମନଜାମଞ୍ଜରୀ ଦେବୀଙ୍କୁ ବିଧାନସଭା ପାଇଁ ଟିକେଟ୍‌ ଦିଆଯାଇଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ବାକି ଦୁଇ ଆଶାୟୀଙ୍କ ସମର୍ଥକ । ଆଜି କର୍ମୀ ସମ୍ମିଳନୀ ଚାଲିଥିବା ବେଳେ କଂଗ୍ରେସର ନୀଳଗିରି ନଗର ସଭାପତି ଅଧ୍ୟକ୍ଷ ରଘୁନାଥ ସିଂହ ସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ମନଜାମଞ୍ଜରୀ ଦେବୀଙ୍କ ସମର୍ଥକ ମଞ୍ଚରେ ପହଞ୍ଚି ମାଇକ୍ରୋ ଫୋନ୍‌ ଛଡ଼ାଇ ଆଣି ମନଜା ମଞ୍ଜରୀ ଅଧ୍ୟକ୍ଷତା କରିବେ ବୋଲି କହିଥିଲେ ।

{"id":96140}

ଏହା ପରେ ଆରମ୍ଭ ହୋଇଯାଇଥିଲା ପାଲା । ତିନି ନେତାଙ୍କ ସମର୍ଥକ ପୂରା ହାତାହାତିକୁ ଓହ୍ଲାଇପଡ଼ିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କର୍ମୀ ସମ୍ମିଳନୀ ଅଧାରୁ ବନ୍ଦ ହୋଇଯାଇଥିଲା

{"id":96137}

ସେହିଭଳି ପାରଳାଖେମୁଣ୍ଡିରେ ବିଧାୟକ କେ. ସୂର୍ଯ୍ୟାରାଓଙ୍କୁ ପୁଣି ଥରେ ରିପିଟ୍‌ କରିଛି କଂଗ୍ରେସ । ଯାହାକୁ ନେଇ ସେଠି ଆଶାୟୀ ଥିବା ତିରୁପତି ପାଣିଗ୍ରାହୀ ତାଙ୍କ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି ।  

{"id":96138}

ସେପଟେ ଦଳୀୟ ଟିକେଟ୍‌ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ସେବାଦଳ ମୁଖ୍ୟ ବିରେନ ପଟ୍ଟନାୟକ । ରାୟଗଡ଼ାରେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ଗତ ନିର୍ବାଚନରେ ମାତ୍ର ୬ହଜାର ଭୋଟ୍‌ରେ ହାରିଥିବା ବେଳେ ଏଥର ଟିକେଟ୍‌ କଟିବାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ରାଉରକେଲାରେ ଦଳ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ପ୍ରାର୍ଥୀ କରିବାକୁ ଚାହିଁଥିବା ବେଳେ ତାଙ୍କୁ ସେଠାରେ ବିରୋଧ ଯୋଗୁଁ ସେ ନିଜ ଆଡ଼ୁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି ।ସେହିଭଳି ଜଳେଶ୍ବର, ପାଲଲହନା, ତାଳଚେର, ଜୁନାଗଡ଼ରେ ମଧ୍ୟ ପ୍ରାର୍ଥୀଙ୍କୁ ନେଇ ବଢ଼ୁଛି ଅସନ୍ତୋଷ ।

{"id":96139}

ଏପଟେ ଟିକେଟ୍‌ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ବଢ଼ୁଥିବା ବେଳେ ସେପଟେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ ବାକି ରହିଥିବା ବିଧାନସଭା ଆସନ ଗୁଡ଼ିକ ପାଇଁ ଆଜି ରାତି ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବାକୁ କସରତ ଚଳାଇଛି କଂଗ୍ରେସ ।ସେହିଭଳି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଆସନ୍ତା ୨୫ରେ ବସିବ ସିଇସି ବୈଠକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.