କଟକ ଚୌଦ୍ବାରରେ ଗୋରୁ ଚଲାଣକୁ ନେଇ ଉତ୍ତେଜନା

Published By : Prameya-News7 Bureau | September 13, 2018 IST

କଟକ ୧୩|୯: କଟକ ଚୌଦ୍ବରରେ ଗୋରୁ ବୋଝେଇ ଟ୍ରକକୁ ନେଇ ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ଖୋର୍ଧାରୁ କଲିକତା ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରକକୁ ମଙ୍ଗୁଳି ଛକଠାରେ ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଟ୍ରକଟି ଚୌଦ୍ବାର ଆଡେ ପଳାଇ ଆସିଥିଲା । ତେବେ ଚୌଦ୍ବାର ଓଟିଏମ୍ ଛକରେ ଟ୍ରକକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ଲୋକେ । ହେଲେ ୨ ଘଣ୍ଟା ପର୍ଯ୍ୟନ୍ତ ପୋଲିସ ଆସିନଥିଲା । ସ୍ଥାନୀୟ ଲୋକେ କଣ୍ଟେନରର ତାଲା ଭାଙ୍ଗି ଶତାଧିକ ଗୋରୁଙ୍କୁ ଉଦ୍ଧାର କରିଥିଲେ । ଏହା ସହ ୫ ଟି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଥିଲା । ବିଳମ୍ବରେ ପୋଲିସ ପହଞ୍ଚିବାରୁ ଯୁବକମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ଶତାଧିକ ଗାଡି ଉଭୟ ପାର୍ଶ୍ବରେ ଅଟକି ରହିଥିଲା । ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ଜଣେ ସ୍ଥାନୀୟ ଯୁବକଙ୍କୁ ଉଠାଇ ନେଇ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ପୁଣି ଘଟଣାସ୍ଥାଳରେ ଉତ୍ତେଜନା ପ୍ରକାଶ ପାଇଛି । ସୁରକ୍ଷା ଦୃଷ୍ଟିରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.