ସ୍ୱାଭିମାନ ଅଞ୍ଚଳରେ ପୁଣି ଅସନ୍ତୋଷ, ପୋଲିସ କ୍ୟାମ୍ପର ବିଦ୍ୟୁତ ସଂଯୋଗ କାଟିଲେ ଆଦିବାସୀ ମଞ୍ଚ
31/12/2019 at 5:11 PM

ଚିତ୍ରକୋଣ୍ଡା୩୧।୧୨: ସ୍ୱାଭିମାନ ଅଞ୍ଚଳରେ ପୁଣି ଅସନ୍ତୋଷ ଦେଖାଦେଇଛି ।ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ଥିବା କୁନ୍ତୁର୍ପଦର I.R.Bn.ପୋଲିସ କ୍ୟାମ୍ପର ବିଜୁଳି ସଂଯୋଗକୁ କାଟିଦେଇଛନ୍ତି ବିଚ୍ଛିନ୍ନାଞ୍ଚଳ ଆଦିବାସୀ ମଞ୍ଚ ।

ମାଓବାଦୀଙ୍କ ପ୍ରୋରଚନାରେ ୫୦୦ ଶହରୁ ଅଧିକ ଗ୍ରାମବାସୀ କୁନ୍ତୁର୍ପଦର ଥିବା କ୍ୟାମ୍ପ କୁ ନିଜର ପାରମ୍ପରିକ ଧନୁ, ତୀର ଓ ଟାଙ୍ଗିଆ ଧରି ଆକ୍ରମଣ କରିଥିଲେ , ପରେ ସେମାନଙ୍କ ବିଦ୍ୟୁତ୍ ତାର ମଧ୍ୟ କାଟି ଦେଇଛନ୍ତି। ଏହି ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ପୂର୍ବରୁ ଦେଇଥିବା ୩୧ ଦଫା ଦାବି ପୂରଣ ନ ହେବାରୁ ଆଜି ଏଭଳି ନିଷ୍ପତି ନେଇଛନ୍ତି ଆଦିବାସୀ ସଂଘ।

ଏହା ସହ ହନ୍ତାଲଗୁଡା ସ୍ତିତ ବି. ଏସ୍. ଏଫ୍ କ୍ୟାମ୍ପ କୁ ପ୍ରତିଷ୍ଠା ନ କରିବା ଓ ରାସ୍ତା ନ କରିବାକୁ ବିରୋଧ କରିଥିଲ ବିଚ୍ଛିନ୍ନାଞ୍ଚଳ ଆଦିବାସୀ ସଂଘ। ପ୍ରଥମେ ବିଚ୍ଛିନ୍ନାଞ୍ଚଳରେ ଥିବା ସମସ୍ୟାର ସମାଧାନ କରାଯିବା ପରେ ଏଠାରେ କ୍ୟାମ୍ପ ପ୍ରତିଷ୍ଠା କରାଯାଉ ବୋଲି ନିଷ୍ପତି ନେଇଛନ୍ତି ଆଦିବାସୀ ମଞ୍ଚ।ସମସ୍ତ ଦୋକାନୀଙ୍କୁ ମଧ୍ୟ ପୋଲିସକୁ କୌଣସି ଜିନିଷ ଦେବାକୁ ମନା କରୁଛନ୍ତି ଆଦିବାସୀ ସଂଘ।
