Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଗାଁରେ ଗୋଷ୍ଠୀ ସଂଘର୍ଷ : ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

7/03/2021 at 7:34 AM

ଚଣ୍ଡିଖୋଲ ୦୭।୦୩: ଯାଜପୁର ବାଲିଚନ୍ଦ୍ରପୁର ଥାନାର ୨ଟି ପୋଲିସ୍ ଜିପ୍ ଜାଳିଦେଲେ ଲୋକେ । ବାଲିଚନ୍ଦ୍ରପୁର ଥାନା ଅନର୍ଗତ ଭର୍ତ୍ତପୁର ପଞ୍ଚାୟତର ପଣସୁଧା ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳକୁ ଯାଇଥିବା ୬ ଜଣ ପୋଲିସ କର୍ମଚାରୀଙ୍କୁ ବାନ୍ଧିବା ସହ ୨ଟି ପୋଲିସ ଜିପ୍ ଜାଳି ଦେଇଛନ୍ତି ଉତ୍ୟକ୍ତ ଲୋକେ ।

ଖବର ଅନୁଯାୟୀ, ଭର୍ତ୍ତପୁର ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗାଁର ଉନୟନ ମୂଳକ କାର୍ଯ୍ୟକୁ ନେଇ ଅସନ୍ତୋଷ ଲାଗିରହିଥିଲା l ଶନିବାର ଦିନ ଅଷ୍ଟପ୍ରହରୀ ଗାଦିକୁ ନେଇ ଏହି ବିବାଦ ଉଗ୍ର ରୂପ ନେଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ମାରପିଟ l ଘଟଣା ସମ୍ପର୍କରେ ଖବର ପାଇଁ ଗାଁରେ ବାଲିଚନ୍ଦ୍ରପୁର ପୋଲିସ ଟିମ ପହଞ୍ଚିଥିଲା , ହେଲେ ଉତ୍ୟକ୍ତ ଲୋକେ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ଏହି ଖବର ପାଇ ଅନ୍ୟ ଏକ ଗାଡ଼ିରେ ଆଉ ଅଧିକ ପୋଲିସ କର୍ମଚାରୀ ଗାଁରେ ପହଞ୍ଚିଥିଲେ । ସେମାନେ ମଧ୍ୟ ଉତ୍ତକ୍ତ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ଆଉ ଦୁଇଟି ଯାକ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଲୋକେ l ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିଲେ ବି ଜିପ୍ ସଂପୂର୍ଣ୍ଣ ପୋଡିଯାଇଛି । ଘଟଣା ପରେ ଗାଁରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଯାଜପୁର ଏସପି ରାହୁଲ ପି.ଆର ଓ ଯାଜପୁର SDPO ଚିନ୍ମୟ ନାୟକ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l ଘଟଣା ପରେ ଗିରଫଦାରୀ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଥିବା ଜଣାପଡିଛି l

   Related Posts