Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ନଦୀ ବନ୍ଧରେ ପାଇଖାନା ନିର୍ମାଣକୁ ନେଇ ବିବାଦ, ତୁରନ୍ତ ଉପରୋକ୍ତ ସ୍ଥାନରୁ ହଟାଇବାକୁ ସ୍ଥାନୀୟ ଲୋକଙ୍କ ଦାବି

25/10/2020 at 10:50 AM

ଚଣ୍ଡିଖୋଲ ୨୫।୧୦: ନଦୀ ବନ୍ଧ ଉପରେ ଜୋରାଜବରଦସ୍ତ ପାଇଖାନା ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି । କଓ ନଦୀ ପଠା ନିଜ ନାମରେ ଜଣେ ବ୍ୟକ୍ତି କରିଦେଇଥିବାରୁ, ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଖବର ଅନୁଯାୟୀ, ବଡଚଣା ବ୍ଲକ ଅଧିନସ୍ଥ ବଡଘୁମୁରୀ ପଞ୍ଚାୟତର ନୂଆଗାଁରେ ଜଣେ ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ନଦୀ ବନ୍ଧ ଉପରେ ଏକ ପାଇଖାନା ଟାଙ୍କି ନିର୍ମାଣ କରିଛନ୍ତି । ନଦୀ ପଠାକୁ ନିଜ ନାମରେ ମଧ୍ୟ  କରିଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା କି, ପାଇଖାନାରୁ ନିର୍ଗତ ମଇଳା ପାଣି ନିକଟସ୍ଥ ନଦୀ ଜଳରେ ମିଶୁଛି । ଗ୍ରାମବାସୀଙ୍କର ନିତ୍ୟ ବ୍ୟବହାର ପାଣିରେ ଏହା ମିଶୁଛି । ଅପରପକ୍ଷରେ ଏଥିରୁ ନିର୍ଗତ ଆବର୍ଜନା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି।

ସ୍ଥାନୀୟ ଲୋକ ଏନେଇ ବଡଚଣା ବିଡ଼ିଓ, ବଡଚଣା ଥାନା ଅଧିକାରୀ, ଦର୍ପଣ ତହସିଲଦାରଙ୍କ ସମେତ ଯାଜପୁର ଜିଲ୍ଲାପାଳ  ଓ ବଡ଼ଚଣା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲୋକଙ୍କ ହିତ ପାଇଁ ଏହି ପାଇଖାନା ଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଯଦି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

   Related Posts