ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା

Published By : Prameya-News7 Bureau | April 11, 2019 IST

ଚାନ୍ଦବାଲି ୧୧|୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ଶିଶୁର ପରିବାରଲୋକ ତଦନ୍ତ ଦାରି କରିଛନ୍ତି ।

{"id":102353}

ଚାନ୍ଦବାଲି ଭାଟପଡା ପଞ୍ଚାୟତର ମନୋଜ ବହେରାଙ୍କ ସ୍ତ୍ରୀ ଅନୁଷ୍କା ବେହେରାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ସୋମବାର ଦିନ  ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ପ୍ରସୂତିଙ୍କର ପୁତ୍ର ସନ୍ତାନଟିଏ ହେବାରୁ ମା ଓ ଛୁଆ ଉଭୟ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଶିଶୁର  ଦେହ ଖରାପ ହେବାରୁ ମହିଳାଙ୍କ ପରିବାରଲୋକେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଡାକିବାରୁ ଡାକ୍ତର ଆସିନଥିଲେ ।

{"id":102354}

ପରେ ଡାକ୍ତର ନଆସିବାରୁ ଶିଶୁଟିର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ପରିବାର ଲୋକ ଡାକ୍ତରଙ୍କ ଅବହେଳା ଦର୍ଶ।ଇ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ସହ ମୃତ ଶିଶୁକୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏହି ଘଟଣାରେ ଚାନ୍ଦବାଲି ଥାନାର ଅଧିକାରୀଙ୍କ ହସ୍ତକ୍ଷେପ ପରେ ଘଟଣା ଶାନ୍ତ ପଡିଥିଲା । ମାତ୍ର ମୃତ ଶିଶୁର ପରିବାର ଲୋକ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.