Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କେବୁଲ ତାର କାଟିଲା BMC, ଅପରେଟରଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର

3/01/2020 at 12:43 PM

ଭୁବନେଶ୍ବର ୦୩।୦୧: ରାଜଧାନୀରେ ବିଏମସିର କେବୁଲ ତାର କଟାକୁ ନେଇ କେବୁଲ ଅପରେଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗୁରୁବାର ଦିନ ଜୟଦେବ ବିହାର ଛକରୁ ଡମଣା ଛକ ପର୍ଯ୍ୟନ୍ତ ଯାଇଥିବା କେବୁଲ ତାରଗୁଡିକୁ ବିଏମ୍‌ସି କାଟି ଦେଇଛି ।

ତାର କଟାକୁ ନେଇ କେବୁଲ ଅପରେଟରଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ବିସ୍ଫୋରକ ଅବସ୍ଥାରେ ପହଞ୍ଚିଛି । ଏନେଇ ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ତେବେ ତାର କାଟିବା ପୂର୍ବରୁ କେବୁଲ ଅପରେଟରଙ୍କୁ ବିଏମ୍‌ସି କୌଣସି ନୋଟିସ୍ ଦେଇନଥିବା କେବୁଲ ଅପରେଟରମାନେ ଅଭିଯୋଗ ଆସିଛି ।

କେବୁଲ କାଟିବା ଦ୍ବାରା ଶତାଧିକ ପରିବାର କେବୁଲ ଟିଭି ସେବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ କେବୁଲ ଅପରେଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗତକାଲି ବିଏମସି ବିଭିନ୍ନ ସଂସ୍ଥାର କେବୁଲ ତାର କାଟିବା ପରେ ଶୁକ୍ରବାର ବିଏମସି ଦ୍ବାରସ୍ଥ ହୋଇଛନ୍ତି କେବୁଲ ଅପରେଟରମାନେ ।  

   Related Posts