ଷ୍ଟେସନରୁ ୭ କିନ୍ନରଙ୍କୁ ଉଠାଇନେଲା ପୋଲିସ, ପ୍ରତିବାଦରେ ଥାନାରେ କିନ୍ନରଙ୍କ ଭଙ୍ଗାରୁଜା
9/08/2019 at 3:31 PM

ସମ୍ବଲପୁର ୯|୮: ଯାତ୍ରୀଙ୍କୁ ମାରପିଟ୍ ଓ ଲୁଟ୍ ପାଟ୍ ଅଭିଯୋଗରେ ୭ଜଣ କିନ୍ନରଙ୍କୁ ହୀରାକୁଦ ଷ୍ଟେସନ ଉଠାଇନେଲା ପୋଲିସ । କିନ୍ନରମାନଙ୍କ ଗିରଫକୁ ବିରୋଧ କରି ବୁର୍ଲା ଥାନାରେ ଉତ୍ତେଜନା । କିନ୍ନରମାନେ ଥାନା ଭିତରେ ପଶି ହଙ୍ଗାମା କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଯାହାକୁ ନେଇ ଥାନା ଭିତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ନରମାନେ ଥାନା ଭିତରେ ପୋଲିସଙ୍କ ସହ ମୁହାଁମୁହିଁ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କିନ୍ନରମାନେ ଷ୍ଟେସନରେ ଯାତ୍ରୀମାନଙ୍କଠାରୁ ଟଙ୍କା ମାଗିଥାନ୍ତି । ଯେଉଁ ଯାତ୍ରୀମାନେ ଟଙ୍କା ନଦିଅନ୍ତି ସେମାନଙ୍କୁ ସେମାନେ ମାରପିଟ୍ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । କିଛି ଯାତ୍ରୀଙ୍କଠାରୁ ଲୁଟ୍ ପାଟ୍ ମଧ୍ୟ କରୁଥିବା ଅଭିଯୋଗ ହେଉଥିଲା । ଆଜି ବୁର୍ଲା ଥାନା ପୋଲିସ ହୀରାକୁଦ ଷ୍ଟେସନରେ ଚଢାଉ କରି ୭ଜଣ କିନ୍ନରଙ୍କୁ ଗିରଫ କରିଥିଲା । ଯାହାର ପ୍ରତିବାଦରେ କିନ୍ନରମାନେ ଥାନାରେ ଭଙ୍ଗାରୁଜା କରିଛନ୍ତି ।