ସୀମାରେ ସ୍ଥିତି ସଙ୍ଗୀନ । ଭାରତର ଦୀପାବଳି ମିଠାକୁ ସ୍ୱୀକାର କଲାନି ପାକିସ୍ତାନ
23/10/2019 at 11:19 PM

ନୂଆଦିଲ୍ଲୀ ୨୩।୧୧ -ସୀମାରେ ସ୍ଥିତି ସଙ୍ଗୀନ । ଭାରତର ଦୀପାବଳି ମିଠାକୁ ସ୍ୱୀକାର କଲାନି ପାକିସ୍ତାନ । ଆଲୋକର ପର୍ବ ଦୀପାବଳି ପୂର୍ବରୁ ଭାରତ ଏବଂ ପାକିସ୍ତାନ ଭିତରେ ଏବେ ପରିସ୍ଥିତି ଗରମ ଅଛି । ପାକିସ୍ତାନ ପକ୍ଷରୁ ପୁଣିଥରେ ସିଜଫାୟାର୍ ର ଉଲ୍ଲଂଘନ କରାଯାଇଛି । ଯାହାର ଜବାବରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛି । କିନ୍ତୁ ଏଥିମଧ୍ୟରେ ପ୍ରତିବର୍ଷ ଭଳି ଦୀପାବଳି ଅବସରରେ ସୀମାରେ ମିଠା ଦେବାର ପରମ୍ପରା ରହିଥାଏ। ତାହା କିନ୍ତୁ ଏବର୍ଷ ହୋଇନାହିଁ ।
ପ୍ରତିବର୍ଷ ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନର ଦୀପାବଳି ଅବସରରେ ପାକିସ୍ତାନର ପ୍ରତିଟି ପ୍ରମୁଖ ଅଫିସରେ ମିଠା ପଠାନ୍ତି । ତେବେ ଚଳିତ ବର୍ଷ ପାକିସ୍ତାନ ପ୍ର୍ରଥମେ ପ୍ରୋଟୋକୋଲ୍ କୁ ସମ୍ମାନ ଜଣାଇ ମିଠା ଗ୍ରହଣ କରିଥିଲେ ବି ପରେ ଏହାକୁ ଫେରାଇ ଦେଇଛନ୍ତି । ଇସଲାମାବାଦ୍ ଆଇଏସଆଇ ବ୍ୟତୀତ ଅନ୍ୟ ଅଧିକାରୀମାନେ ତଥା ପାକ୍ ରେଞ୍ଜର୍ସମାନେ ମଧ୍ୟ ମିଠା ଗ୍ରହଣ କରିନଥିଲେ । ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ କୁ ଉଚ୍ଛେଦ ପରେ ଦୁଇଦେଶ ଭିତରେ ଏବେ ସ୍ଥିତି ଜଟିଳ ହୋଇପଡିଛି । ଆଉ ଏ ସମୟରେ ଭାରତର ମିଠା ଖାଇବାକୁ ମନା କରିଦେଇଛନ୍ତି ପାକିସ୍ତାନୀ ଅଧିକାରୀମାନେ