ଜି.ଉଦୟଗିରିରେ ଇଭିଏମ୍ ସ୍ବିଚ୍ ଅଫ୍ କରିବାକୁ ନେଇ ଉତ୍ତେଜନା

Published By : Prameya-News7 Bureau | April 18, 2019 IST

ଜି.ଉଦୟଗିରି ୧୮|୪: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଇଭିଏମ ସ୍ବିଚ୍ ଅଫ୍ କରିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ହବାକ୍ ହାଇସ୍କୁଲ ବୁଥ୍ ନଂ-୬୭ର ଘଟଣା । ଜଣେ କର୍ମଚାରୀ ଇଭିଏମ୍ ସ୍ବିଚ୍ ଅଫ୍ କରିଥିବା ଅଭିଯୋଗ ହୋଇଥିଲା । ଭୋଟ୍ ଦେବାରୁ ମତଦାତା ବଞ୍ଚିତ, ଭୋଟଦାନ ବାଧାପ୍ରାପ୍ତ ହୋଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଏବଂ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଏଥିରେ ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ ରାଜ୍ୟର ସମୁଦାୟ ୯୧୧୭ଟି ବୁଥ୍‌ ପ୍ରସ୍ତୁତ କରାଯାଇଛି। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍‌ ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂଆ ଭୋଟର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.