Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗଞ୍ଜାମ ପରେ ବଲାଙ୍ଗିର, ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ ସହ ବିଷ୍ଠା ଖୁଆଇଲେ ଗାଁ ଲୋକେ

6/07/2021 at 9:00 AM

ବଲାଙ୍ଗୀର ୦୬।୦୭: ଅନ୍ଧବିଶ୍ୱାସ ଦୂର କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି କିଛି ଅଞ୍ଚଳରେ ଆଜି ଅନ୍ଧ ବିଶ୍ୱାସ ସମ୍ପୂର୍ଣ୍ଣ ରୂପେ ଦୂର ହୋଇପାରିନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଗୁଣିଗାରେଡ଼ି କରି ଗାଁଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ କରୁଥିବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ବିପଦ ମୁହଁରେ ପକାଉଥିବା ଅଭିଯୋଗରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି। କିଛି ଗ୍ରାମବସୀ ଗାଁର ଜଣେ ବ୍ୟକ୍ତିକୁ ଘରୁ ଟାଣି ଆଣି ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିବା ସହ ବିଷ୍ଠା ଖୁଆଇ ଶୁଦ୍ଧି କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଗାଁଲୋକଙ୍କ ମାଡ଼ ସହ ବିଷ୍ଠା ଖୁଆଇବା ଫଳରେ ଗାଁର ହରିବନ୍ଧୁ ବଗର୍ତ୍ତି ନାମକ ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ମେଡିକାଲ୍, ପରେ ଗୁରୁତର ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି। ତାଙ୍କ ଅବସ୍ଥା ଗୁରୁତର ରହିଛି । ମୁଣ୍ଡ, ଛାତି ଓ ଅଣ୍ଟାରେ ଗଭୀର ମାଡ଼ ହୋଇଛି ।

ସେହିପରି ଗତ ଶନିବାର ସନ୍ଧ୍ୟା ବେଳେ ଘଟଣା ଘଟିଥିବା ବେଳେ, ସିନ୍ଧେକେଲା ପୋଲିସ ରାତିରେ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।  ହରିବନ୍ଧୁ ପୂର୍ବରୁ ରାୟପୁରରେ ରହି କାମ କରୁଥିଲେ , ହେଲେ ଗତ ୫ବର୍ଷ ହେବ ସେ ତାଙ୍କ ଗାଁ ପରୁଆଭାଡ଼ିକୁ ଫେରିଛନ୍ତି । ହରିବନ୍ଧୁ ବିଭିନ୍ନ ସମୟରେ ଘରେ ଦେବୀ ଦେବତା ପୂଜା ସହ ତନ୍ତ୍ରମନ୍ତ୍ର ପୂଜା ପାଠ କରୁଥିବାରୁ, ଗାଁଲୋକ ହରିବନ୍ଧୁ ହିଁ ପୂଜାର୍ଚ୍ଚନା କରି ଲୋକଙ୍କ ଦେହ ଖରାପ କରୁଛି ବୋଲି ଲୋକେ ସନ୍ଦେହ କରୁଥିଲେ ।

ତେବେ ଗାଁର କିଛି ଲୋକଙ୍କ ଦେହ ଖରାପ ହେବାରୁ ହରିବନ୍ଧୁକୁ ସନ୍ଦେହ କରି କିଛି ଯୁବକ ଏକାଠି ହୋଇ ତାଙ୍କୁ ଘରୁ ଟାଣିଆଣି ଗାଁରେ ମାଡ଼ ମାରିବା ସହ ବିଷ୍ଟା ଖୁଆଇଥିଲେ ବୋଲି ହରିବନ୍ଧୁ ଅଭିଯୋଗ କରିଛନ୍ତି । ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କିଛି କହିବାକୁ ମନା କରିଦେଇଛି । ଗଂଜାମ ଚମାଖଣ୍ଡି ଘଟଣା ମନରୁ ନ ଲିଭୁଣୁ ପୁଣି ସମାନ ଧରଣର ଘଟଣା ଘଟିଛି। ଗୁଣି ଗାରେଡ଼ି ସନ୍ଦେହରେ ଏମିତି ଗୋଟିଏ ପରେ ଗୋଟିଏ ଘଟଣା ଘଟିଚାଲିଛି ।

   Related Posts