ପୁଣି ଅଶାନ୍ତ ରାଜଧାନୀ ଉପକଂଠ ସରକନ୍ତରା ଗାଁ: ଆକ୍ରମଣ, ପ୍ରତି ଆକ୍ରମଣ, ବାଇକ ପୋଡି , ଅଟୋ ପୋଡି

Published By : Prameya-News7 Bureau | October 31, 2018 IST

ଭୁବନେଶ୍ବର୩୧|୧୦:ପୁଣି  ଅଶାନ୍ତ ସରକନ୍ତରା ଗାଁ । ମଙ୍ଗଳବାର ମଧ୍ୟରାତିରେ କେହି ଦୁର୍ବୃତ୍ତ ସରକନ୍ତରା ଖୁଣ୍ଟିଆ ସାହି ରାସ୍ତା ଉପରେ ଥିବା ଦୁଇଟି ଅଟୋରେ ନିଆଁ ଲଗାଇଦେଇଛନ୍ତି । ଅନ୍ୟପଟେ ଏହାକୁ କେନ୍ଦ୍ର କରି ପ୍ରଧାନ ସାହିର ଜଣେ ଯୁବକ ସେହି ସାହିର ଅନ୍ୟଜଣେ ଯୁବକଙ୍କୁ ଆକ୍ରମଣ କରିଛି । ଆକ୍ରମଣକାରୀ ଯୁବକକୁ ସରକନ୍ତରା ଗାଁ ଲୋକେ ଘରି ପୋଲିସର ଜିମା ଦେଇଛନ୍ତି । ସରକନ୍ତରା ପ୍ରଧାନ ସାହିର ସାଗର ପ଼ଷ୍ଟି । ସେହି ଗ୍ରାମର କାଳୁ ନାମକ ଜଣେ ଯୁବକକୁ ସାଗର ବୁଧବାର ସକାଳେ ଗାଁ ରାସ୍ତା ଉପରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ସେହି ସମୟରେ ଗାଁର କିଛି ମହିଳା ଓ ପୁରୁଷ ଲୋକ ଏକାଠି ହୋଇ ଆକ୍ରମଣକାରି ଯୁବକ ସାଗରକୁ କାବୁ କରି ନିସ୍ତୁକ ମାଡ ମାରି ଆହତ କରିଥିଲେ । କାଳୁକୁ ସାଗର ଆକ୍ରମଣ କରିବାର କାରଣ  ଥିଲା ପୁର୍ବ ଶତ୍ତ୍ରୁତା । ସାଗରକୁ ସରକନ୍ତରା ଗାଁ ଲୋକେ ଏକ ଘରେ ପୁରାଇ ବାହାରୁ ତାଲା ପକାଇ ଦେଇଥିଲେ । ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଁଚି ସାଗରକୁ ଘରଭିତରୁ ଉଦ୍ଧାର କରି ଚିକିସ୍ଥା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି । ସାଗରର ବାଇକଟିକୁ କେହି ଦୁର୍ବୃତ୍ତ ପୋଡିଦେଇଛି । ଅନ୍ୟପଟେ ସରକନ୍ତରାର କାଳୁ ଓ ତାର ସହଯୋଗୀ ମଙ୍ଗଳବାର ମଧ୍ୟରାତ୍ରିରେ ସରକନ୍ତରାର ଖୁଣ୍ଟିଆ ସାହିରେ ପଶି ଦୁଇଟି ଅଟୋରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖୁଣ୍ଟିଆ ସାହିର ଗିତାଞଳି ନାମକ ଜଣେ ମହିଳାଙ୍କ ନାଁରେ ଏହି ଅଟୋ ଦୁଇଟି ରହିଛି । ତେବେ ତାଙ୍କ ସ୍ବାମୀଙ୍କୁ ଗାଁରେ ଚାଲିଥିବା ଲକ୍ଷ୍ମୀପୁଜାକୁ ଡାକି କିଛି ଯୁବକ ଭୋଜିଖାଇବାକୁ କହି ଚାନ୍ଦା ମାଗିଥିଲେ । ହେଲେ ଦେହ ଖରାପ ଯୋଗୁ ଗିତାଞଳିଙ୍କ ସ୍ବାମି ଭୋଜିରେ ମିଶିବେନି ବୋଲି ମନା କରିଦେବାରୁ ତାଙ୍କ ଗାଡି ପୋଡିଦେବାକୁ କାଳୁ ଓ ତାର ଜଣେ ସହଯୋଗୀ ଧମକ ଦେଇଥିବା ଏଅଭିଯୋଗ ହୋଇଛି । ପୁର୍ବରୁ  ସରକନ୍ତରା ଗାଁ ଲୋକଙ୍କ  ଏକତା ପାଇଁ ଆଖ ପାଖର ଲୋକେ ଉଦାହରଣ ଦେଉଥିଲେ । ଯେ କୌଣସି କାମରେ ଗାଁ ଲୋକେ ଏକାଠି ହୋଇ କୌଣସି ମାମଲା ହେଲେ ନିଜ ଗାଁରେ ତୁଟାଉଥିଲେ । ହେଲେ ଏବେ ନିଜ ନିଜ ଭିତରେ ଝଗଡା ଦାଣ୍ଡରେ ପଡି ହାଟରେ ଗଡୁଛି । ମାମଲା ଏବେ ସିଧା ଥାନାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.