ରାଜଧାନୀରେ ଆତଙ୍କରାଜ, ରାସ୍ତାରେ ଚାଲି ଚାଲି ଯାଉଥିବା ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | September 11, 2021 IST

ଭୁବନେଶ୍ବର ୧୧।୦୯: ରାଜଧାନୀରେ ଆତଙ୍କରାଜ । ସାଲିଆସାହିର ତିନି ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରୁ ଆତଙ୍କରାଜ ଚଳାଇଥିବା ଯୁବକ ମାନେ ଫେରାର ହୋଇଯାଇଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଜାଭିଆର ଛକରେ ଘଟିଛି ଘଟଣା ।

ଖବର ଅନୁଯାୟୀ,  ଶୁକ୍ରବାର ରାତିରେ ସାଳିଆ ସାହିର ସନ୍ତୋଷ, ଟିକି ଓ ସୁରେଶ ଚାଲି ଚାଲି ଯାଉଥିଲେ । ପଛରୁ ଏକ ବାଇକରେ ତିନି ଯୁବକ ଆସି ଏହି ଯୁବକ ମାନଙ୍କୁ ସାଇଡ ମାରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ସେଠାରେ ଏକ ନାଲି କାରରେ କିଛି ଯୁବକ ପହଞ୍ଚି ହକି ଷ୍ଟିକରେ ମାଡ ମାରି ୩ଜଣଙ୍କୁ ଲହୁଲୁହାଣ କରିଥିଲେ । ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣା ସ୍ଥଳରେ ପହଂଚିବା ବେଳକୁ ଆତଙ୍କ ଖେଳାଇଥିବା ଯୁବକ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ସେମାନେ ଛାଡିଯାଇଥିବା ଏକ ବାଇକକୁ ଜବତ କରିଛି ପୋଲିସ । ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.