ଫାଇନ୍ ଆଦାୟକୁ ନେଇ ପୁଣି ଭୁବନେଶ୍ବରରେ ଉତ୍ତେଜନା : ପୋଲିସ-ପବ୍ଲିକ୍ କଥା କଟାକଟି, ଫାଇନ୍ ଆଦାୟ ନକରି ଫେରିଗଲା ପୋଲିସ୍

Published By : Prameya-News7 Bureau | September 08, 2019 IST

ଭୁବନେଶ୍ବର ୮।୯: ଟ୍ରାଫିକ୍ ଆଇନ କଡାକଡି କରିବା ଏବଂ ଫାଇନ୍ ଆଦାୟକୁ ନେଇ ଲୋକେ ବିଚଳିତ । ଯାହାର ପ୍ରତିଫଳନ ଆଜି ମଧ୍ୟ ଭୁବନେଶ୍ବର ଉପକଣ୍ଠ ବଡଗଡ ଥାନା ବ୍ରହ୍ମେଶ୍ବରପାଟଣାରେ । ଫାଇନ୍ ଆଦାୟକୁ ନେଇ ପୋଲିସ-ପବ୍ଲିକ୍ କଥା କଟାକଟି ହୋଇଛନ୍ତି । ଚାଲାଣ କାଟୁଥିବା ପୋଲିସକୁ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ମାଗିଲେ ଲୋକେ । ତେବେ ପୋଲିସ ଫାଇନ୍ ଆଦାୟ ନକରି ଫେରିଯାଇଥିବା ଜଣାପଡିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । 

{"id":154668}

ଗତକାଲି ଭୁବନେଶ୍ବର ରାଜମହଲ ଛକ ପାଲଟିଥିଲା ରଣକ୍ଷେତ୍ର । ଫାଇନ୍ ଆଦାୟକୁ ନେଇ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଚାଠିଚାର୍ଜ କରିଥିଲା । ଅନ୍ୟପଟେ ପରିବହନ ସଚିବ କହିଛନ୍ତି ସମସ୍ତେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କେବଳ ଆଇନଖିଲାପକାରୀଙ୍କୁ ଜରିମନା ଲଗାଯାଉଛି ।

{"id":154669}

ତେବେ ଏତେ ଅଚାନକ ସବୁ ନିୟମ ଲାଗୁ କରିବା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏପଟେ ପୋଲିସ କମିଶନର କହିଛନ୍ତି ଟ୍ରାଫିକର କିଛି ନିୟମ କୋହଳ କରାଯାଇଛି । ହେଲମେଟ ପିନ୍ଧିନଥିଲେ, ସିଟ ବେଲ୍ଟ ବାନ୍ଧିନଥିଲେ, ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଲାଇଲେ ଏବଂ ମୋବାଇଲ୍ ରେ କଥାହୋଇ ଗାଡି ଚଳାଇଲେ ଜରିମାନା ଦେବାକୁ ପଡିବ ବୋଲି ପୋଲିସ କମିଶନର କହିଛନ୍ତି । ଟ୍ରାଫିକ ନିୟମ କିବଳି କଡାକଡି ଲାଗୁ ହେବ ସେନେଇ ଟ୍ରାଫିକ୍, ପୋଲିସ ଏବଂ ଏମଭିଆଇ ସକ୍ରିୟ ହୋଇଛନ୍ତି । ଏଣେ ଏହାକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ପ୍ରଶ୍ନ ଉଠୁଛି ଆଇନ କଡାକଡି କରିବାକୁ ଯାଇ ଜୁଲୁମ ହେଉଛି କି । ନା ଲୋକେ ଅଯଥାରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.