ଭୁବନ ଡାକ୍ତରଖାନାରେ ଶବକୁ ନେଇ ବିବାଦ : ହେଲା ଡିଏନଏ ପରୀକ୍ଷା, ରିପୋର୍ଟ ଆସିଲା ପରେ ଜଣାପଡିବ ଶବ କାହାର

Published By : Prameya-News7 Bureau | September 15, 2019 IST

ଢେଙ୍କାନାଳ ୧୫।୯: ଢେଙ୍କାନାଳ ଜିଲ୍ଲା ଭୁବନ ଡାକ୍ତରଖାନାରେ ଏକ ଶବକୁ ନେଇ ବିବାଦ । ଆଜି ଆସିବ ଡିଏନଏ ରିପୋର୍ଟ । ରିପୋର୍ଟ ଆସିବା ପରେ ଶବ କାହାର ତାହା ସ୍ପଷ୍ଟ ହେବ ।

ଗତ ୭ ତାରିଖରେ ଢେଙ୍କାନାଳ ଜିଲ୍ଲା କୁନ୍ଦନଦେଇପୁର ଡଙ୍ଗାବୁଡି ଘଟଣାରେ ଚାରି ଜଣ ନିଖୋଜଙ୍କ ମଧ୍ୟରୁ ସୁଶାନ୍ତ ସାହୁର ଶବ ମିଳିନଥିଲା । ଠିକ୍ ସେହି ଦିନ କାମାକ୍ଷାନଗର କାନପୁରା ପଂଚାୟତ ଗୁଣ୍ଡିଚାନାଳି ଗାଁର କରୁଣା ମଳିକ ରାମିଆଳ ନଦୀରେ ବୁଡି ନିଖୋଜ ଥିଲେ । ୧୩ ତାରିଖ ସକାଳେ ଭୁବନ ବ୍ଲକ୍ ମାଳପୁରା ଗାଁ ନିକଟ ବ୍ରାହ୍ମଣୀ ନଦୀରୁ ଏକ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।

ତେବେ ମୃତଦେହଟି ସୁଶାନ୍ତ ସାହୁଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ । ଅନ୍ୟପଟେ ଉଦ୍ଧାର ମୃତଦେହଟି ନିଖୋଜ କରୁଣା ମଳିକଙ୍କର ବୋଲି ତାଙ୍କ ପରିବାର କହିଥିଲେ । ଏହାକୁ ନେଇ ଭୁବନ ଡାକ୍ତରଖାନାରେ ଉଭୟ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ଘଟଣାର ସମାଧାନ ପାଇଁ ଦୁଇ ପରିବାର ସହମତିରେ ଡିଏନଏ ପରୀକ୍ଷା କରିବାକୁ ପଠାଯାଇଛି । ତେବେ ରିପୋର୍ଟ ଆସିଲେ ଯାଇ ମୃତଦେହ କାହାର ବୋଲି ଜଣାପଡିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.