ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ : ନଣ୍ଡା କଲେ, ପରିଶ୍ରା ପିଆଇଲେ !

Published By : Prameya-News7 Bureau | August 04, 2020 IST

ଭଦ୍ରକ ୦୪।୦୮ : ଯୁବକଙ୍କୁ ଅକଥନୀୟ ନିର୍ଯାତନା ଦେଲେ । ଜୋର ଜବରଦସ୍ତ ମାଡିବସି ପରିଶ୍ରା ପିଆଇଲେ । ନଣ୍ଡା କରି ଜୋତାମାଳ ପିନ୍ଧାଇଲେ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ।

ନିର୍ଯାତନା ଦେବାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାଟି ୩-୪ ଦିନ ତଳର । ଏବେ ଭିଡିଓ ଭାଇରାଲ୍ ହେବା ପରେ ସାମ୍ନାକୁ ଆସିଛି ଅସଲ କଥା । ତେବେ ଭିଡିଓ ଭାଇରାଲ ହେବା ଆଗରୁ ଗାଁ ଲୋକେ ସେହି ଯୁବକଙ୍କ ନାଁରେ ପାଲଟା ଅଭିଯୋଗ ଆଣିଥିଲେ । ଗାଁ ଲୋକଙ୍କୁ ମାଡ ମାରିଥିବା ପାଲଟା ଅଭିଯୋଗ କରିବା ପରେ ପୋଲିସ ସେହି ଯୁବକଙ୍କୁ ଗିରଫ କରିଥିଲା । କିନ୍ତୁ ଏବେ ଭିଡିଓ ଭାଇରାଲ ହେବା ପରେ ଘଟଣାର ଅନ୍ୟ ଦିଗ ଜଣା ପଡିଛି ।

ନିର୍ଯାତନା ନେଇ ପୀଡିତ ଯୁବକଙ୍କ ପତ୍ନୀ ତିହିଡି ଥାନାରେ ଏତଲା ଦେଇଛନ୍ତି । ବିନା କୌଣସି କାରଣରେ ତାକୁ ନିର୍ଯାତନା ଦିଆଯାଇଥିବା  ଅଭିଯୋଗ କରିଛନ୍ତି । ଗାଁର କେତେକ ଲୋକେ ଦଉଡିରେ ବାନ୍ଧି ଘୋଷାରି ଘୋଷାରି ନେଇଥିଲେ । ମୁହଁରେ ଚୁନକାଳି ମାରି ଲଣ୍ଡା କରିଥିଲେ । ପରେ ଗାଁ ରେ ବୁଲାଇଥିଲେ । ଏମିତି କି ପାଣି ମାଗିବାରୁ ତାଙ୍କୁ ପରିଶ୍ରା ପିଆଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ପୀଡିତ ୟୁବକଙ୍କ ପତ୍ନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.