Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସଙ୍କୁ ଟଙ୍କା ଦେବାରେ ବିଳମ୍ବ ହେବାରୁ ହୋଇପାରିଲାନି ସଠିକ୍ ଚିକିତ୍ସା : ଭଦ୍ରକ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ

ଭଦ୍ରକ ୧୮।୨: ଭଦ୍ରକ ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ରୋଗୀଙ୍କ ଚିକିତ୍ସା ପାଇଁ ଡ୍ୟୁଟିରେ ଥିବା ନର୍ସ ଟଙ୍କା ନେବା ସହ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ପରିବାର ଲୋକ ଓ ସଂପର୍କୀୟମାନେ ହୋହଲ୍ଲା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଗୋପସାହି ଗ୍ରାମର ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ପାକିଲି ପାରିବାରିକ କଳହରୁ ବିଷ ପିଇଦେଇଥିଲେ । ପରିବାର ଲୋକେ ଜାଣିବା ପରେ ପ୍ରଥମେ ତାଙ୍କୁ ତିହିଡି ମେଡିକାଲ ଏବଂ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରାତି ପ୍ରାୟ ୯ଟା ସମୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଚିକିତ୍ସା ପାଇଁ ଡ୍ୟୁଟିରେ ଥିବା ନର୍ସଙ୍କୁ କହିବାରୁ ସେ ଟଙ୍କା ମାଗିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ୨୫୦ ଟଙ୍କା ଦେବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି । କିଛି ସମୟ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା । ଏ ସଂପର୍କରେ ଡାକ୍ତର ଓ ନର୍ସଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ମୃତକଙ୍କ ପରିବାର ଲୋକେ ଓ ସଂପର୍କୀୟ ହୋହାଲ୍ଲା କରିଥିବା ଜଣାପଡିଛି ।

   Related Posts