କଳାବଜାରୀଙ୍କ ଦାଦାଗିରି: ନକଲି ଜର୍ଦ୍ଦା କାରବାର ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ, ସାମ୍ବାଦିକଙ୍କୁ ବି ଛାଡିଲେନି

Published By : Prameya-News7 Bureau | October 24, 2020 IST

ଭଦ୍ରକ ୨୪।୧୦: ଭଦ୍ରକରେ ଦିନକୁ ଦିନ ବଢିବାରେ ଲାଗିଛି ନକଲି ଜର୍ଦ୍ଦା କାରବାର । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ, ଏହା ଉପରେ ରୋକ ଲଗାଇବା ପାଇଁ ଚଢାଉ ମଧ୍ୟ ଜାରି ରହିଛି । ତେବେ ଚଢାଉ ସମୟରେ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନ ହେଲାସାହିରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ହେଲାସାହିରେ ନକଲି ଜର୍ଦ୍ଦା କାରବାର ଚାଲିଥିବାର ପୋଲିସକୁ ସୂଚନା ମିଳିଥିଲା । ପୋଲିସ ସୂଚନାମିଳିବା ମାତ୍ରେ ଘଟଣାସ୍ଥଳରେ ଚଢାଉ କରିଥିଲା । ଭଦ୍ରକ ପୋଲିସର ଚଢାଉ ସମୟରେ ନକଲି ଜର୍ଦ୍ଦା ଓ ସେଥିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପୋଲିସ ଗାଡ଼ିକୁ ଧକ୍କା ମାରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବାର ସୂଚନା ରହିଛି ।

 ତେବେ ଘଟଣାସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । କିନ୍ତୁ ସ୍ଥାନୀୟ ଲୋକ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ, ଏପରିକି ମୋବାଇଲ ଭାଙ୍ଗିବା ସହ ବୁମ୍‌ ଓ ବ୍ୟାଗ୍‌ ଛଡାଉ ନେଇଯାଇଥିଲେ । ଘଟଣାସ୍ଥଳରେ ପରିସ୍ଥିତିକୁ ଦେଖି ଅଧିକ ପୋଲିସ ପହଞ୍ଚିବା ପରେ ମଧ୍ୟ,  ପୋଲିସ ଘଟଣାସ୍ଥଳରୁ ଆସିପାରିନାହିଁ । ସେହିପରି ଜବତ ହୋଇଥିବା ନକଲି ଜର୍ଦ୍ଦା ଓ ସାମଗ୍ରୀ ଉଦ୍ଧାର ହୋଇପାରିନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.