Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ପୋଲିସକୁ ଢେଲାମାଡ଼ ସହ ଗାଡି ପୋଡିଦେଲେ ଉତ୍ୟକ୍ତ ଲୋକେ

13/01/2021 at 3:06 PM

ଭଦ୍ରକ ୧୩।୦୧: ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ପୋଲିସକୁ ମାଡ଼ ଏବଂ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଲ୍ଲିନଗର ଛକରେ ଘଟିଛି ଘଟଣା । ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟଲୋକ । ମୃତକ ନୟା ନନ୍ଦ ପଞ୍ଚାୟତ ହାତୁଆରି ଗ୍ରାମର ବାପି ମହାଳିକ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ, ବାପି କୌଣସି କାମ ନିଜ ଭଉଣୀ ଘରକୁ ଯାଉଥିଲେ । ହଠାତ୍‌ ପୋଲିସ ତାଙ୍କୁ କେଉଁ କାରଣରୁ ଗୋଡାଇଥିଲା , ଏବଂ ପରେ ସେ ପୋଖରୀରେ ଭିତରେ ପଡିଯାଇଥିଲେ । ପାଣିରେ ପଡିଯିବାରୁ ବାପିଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକ ପୋଲିସ ଲାଗି ବାପିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏପରିକି ବାପିଙ୍କ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରେ ଟାୟାର ଜାଳି ଅବରୋଧ  କରିଛନ୍ତି ଗ୍ରାମବାସୀ । ପୋଲିସ ବିବାଦକୁ ତୁଟାଇବାକୁ ଆସିଥିବା ବେଳେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ଉପରକୁ ଢେଳା ମାଡ଼ ସହ ଗାଡି ପୋଡି ଦେଇଛନ୍ତି ଉତ୍ୟକ୍ତଲୋକ ।

   Related Posts