ପୂର୍ବ ବିବାଦରୁ ଲଙ୍କାକାଣ୍ଡ, ଯୁବକଙ୍କୁ ଛୁରାମାଡ଼ ; ଆକ୍ରମଣକାରୀକୁ ଗିରଫ ଦାବିରେ ଉତ୍ତେଜନା

Published By : Prameya-News7 Bureau | July 01, 2021 IST

ବେତନଟୀ ୦୧।୦୭: ମୟୁରଭଞ୍ଜ ବୈଶିଙ୍ଗା ବଡ଼ ଗୋପାଳପୁର ଗାଁରେ ଉତ୍ତେଜନା। ଗାଡ଼ିରେ ନିଆଁ ଲଗାଇବା ସହ ରାସ୍ତାରୋକ କଲେ ଗାଁଲୋକ। ଗାଁର ଚନ୍ଦ୍ରହାସ୍ୟ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ସଂଧ୍ୟାରେ କେତେକ ଦୁର୍ବୃତ୍ତ ଭୂଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଯୁବକଙ୍କୁ ପ୍ରଥମେ ବୈଶିଙ୍ଗା ପରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ବୈଶିଙ୍ଗା ରୁପ୍ସା ରାସ୍ତା ଅବରୋଧ କରିଛନ୍ତି ।

{"id":473799,"sizeSlug":"large","linkDestination":"none"}

ବଡ଼ ଗୋପାଳପୁର ସଂରକ୍ଷିତ ଜଙ୍ଗଲ ଭିତରେ ରାସ୍ତାକୁ ନେଇ ଦୀର୍ଘଦିନ ଧରି କୈଳାସ ଫିସେରୀ ଓ ଗାଁ ଲୋକଙ୍କ ମଧ୍ୟ ବିବାଦ ଲାଗିଥିଲା । ସେହି ବିବାଦ ପାଇଁ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଲୋକେ କୈଳାସ ଫିସେରୀ ମାଲିକଙ୍କ ଘର ଆଗରେ ଥିବା କାର୍ ଓ ମଟର ସାଇକେଲରେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ କୈଳାସ ଫିସେରୀ ମାଲିକଙ୍କ ପରିବାର ଲୋକଙ୍କୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଛି । ବୈଶିଙ୍ଗା ,ବେତନଟୀ ଓ ବଡ଼ସାହି ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ହେଲେ ଉତ୍ତେଜନା କମିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.