ଡାକ୍ତର-ନର୍ସ ଅନାଇଲେନି, ମୃତ ଶିଶୁ ଜନ୍ମ ଦେଲେ ମହିଳା : ବାରିପଦା ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା

Published By : Prameya-News7 Bureau | February 01, 2020 IST

ବାରିପଦା ୧।୨: ବାରିପଦା ପିଆରଏମ ମେଡିକାଲ କଲେଜରେ ଉତ୍ତେଜନା । ଚିକିତ୍ସା ଅବହେଳା ଯୋଗୁଁ ଜଣେ ଗର୍ଭବତୀ ମହିଳା ମୃତ ଶିଶୁ ଜନ୍ମ ଦେଇଥିବା ଅଭିଯୋଗକୁ ନେଇ ଏପରି ଉତ୍ତେଜନା ଦେଖାଦେଇଛି । ପୀଡିତାଙ୍କ ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ, ଗର୍ଭଗତୀ ମହିଳା ଜଣଙ୍କ ୪ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ମିଳିବାରେ ଅହେତୁକ ବିଳମ୍ବ ହୋଇଥିଲା । ଡାକ୍ତରଖାନାକୁ ଆସିବାର ୩ଦିନ ପରେ ଗର୍ଭବତୀ ମହିଳାଙ୍କ ଉପରେ ଡାକ୍ତର ଓ ନର୍ସ ଧ୍ୟାନ ଦେଇଥିଲେ । କିନ୍ତୁ ଫଳ କିଛି ହେଲାନାହିଁ । ଡାକ୍ତର ଏବଂ ନର୍ସଙ୍କ ଅବହେଳାରୁ ଦୁନିଆକୁ ଆସିବା ଆଗରୁ ମା’ ପେଟରେ ଆଖି ବୁଜିଲା ଶିଶୁପୁତ୍ର । ଲେବରରୁମରେ ନର୍ସମାନେ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ପ୍ରସୂତିଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ମାଗିଥିବାର ଅଭିଯୋଗ ଆଣିଛନ୍ତି ପ୍ରସୂତୀଙ୍କ ସଂପର୍କୀୟ ।

{"id":218682,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ବାରିପଦା ସଦର ଥାନା ଅନ୍ତର୍ଗତ ବଜ୍ରତୁଣ୍ଡି ଗ୍ରାମର ଚନ୍ଦନ ବେହେରାଙ୍କ ସ୍ତ୍ରୀ ସୁରେଖା ବେହେରାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ଦିନ ୩ଟା ସମୟରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଚେତାଶୂନ୍ୟ ହୋଇଯାଉଥିଲେ ସୁଦ୍ଧା ଡାକ୍ତର ଏବଂ ନର୍ସମାନେ ଏଥିପ୍ରତି ଧ୍ୟାନ ଦେଇନଥିଲା ବେଳେ ନର୍ମାଲ ଡେଲିଭରି ହେବ ବୋଲି କହି ୩ ଦିନ ଗଡାଇ ଦେଇଥିଲେ ।

{"id":218684,"sizeSlug":"large"}

ଯାହା ଫଳରେ ଆଜି ଭୋର ସମୟରେ ପ୍ରସୂତୀ ମହିଳା ଜଣଙ୍କ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରିବାର ଲୋକମାନେ ମହିଳାଙ୍କ ପ୍ରସବ ଯନ୍ତ୍ରଣାକୁ ସହି ନପାରି ଅସ୍ତ୍ରୋପଚାର ପାଇଁ ଡାକ୍ତର ଏବଂ ନର୍ସମାନଙ୍କୁ ବାରମ୍ବାର ଅନୁରୋଧ କରିଥିଦବା ବେଳେ ବିଭିନ୍ନ ପ୍ରକାର ଗାଳିଗୁଲଜ ଏବଂ ଖରାପ ବ୍ୟବହାର କରି ତଡିଦେଇଥିବା । ଏଥିସହିତ ପ୍ରସବ ପାଇଁ ପାଞ୍ଚ ହଜାର ଟଙ୍କା ଦାବି କରି ଅଗ୍ରୀମ ଏକ ହଜାର ଟଙ୍କା ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

{"id":218683,"sizeSlug":"large"}

ତେବେ ଏଭଳି ଘଟଣା ବାରିପଦା ମେଡିକାଲରରେ ବାରମ୍ବାର ଘଟୁଥିବା ବେଳେ ସରକାରଙ୍କ ୫-ଟିକୁ ନେଇ ସ୍ବାସ୍ଥ୍ୟ ସେବା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଦୋଷାରୋପ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.