Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦେଶୀ ମଦ ଜବତ କରିବାକୁ ଯାଇ ପୋଲିସ ହଟହଟା, ମହିଳା ହାବିଳଦାରଙ୍କୁ ଗୁଡ଼େଇ ତୁଡ଼େଇ ପିଟିଲେ ମଦ ବେପାରୀ, ଭିଡିଓ ଭାଇରାଲ…

11/10/2020 at 8:07 AM

ମୟୁରଭଞ୍ଜ ୧୧।୧୦: ବିଚ୍ ବଜାରରେ ପୋଲିସକୁ ପିଟିଲେ ମଦ ବେପାରୀ । ଘଟଣା ଘଟିଛି ମୟୁରଭଞ୍ଜ ବିଶୋଇ ସାପ୍ତାହିକ ହାଟରେ । ୨ ଜଣ ମହିଳା ଘରେ ମହୁଲି ମଦ ରାନ୍ଧି ବେଆଇନ ଭାବେ ସାପ୍ତାହିକ ହାଟରେ ବିକ୍ରି କରୁଥିଲେ ।

ବିଶୋଇ ଥାନାର ମହିଳା ହାବିଳଦାର ମଞ୍ଜୁଲତା ସାହୁ ସେମାନଙ୍କୁ ବେପାର ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ମଦ ବେପାରୀ ମହିଳା କିନ୍ତୁ ଶୁଣି ନଥିଲେ । ଦ୍ବିତୀୟ ଥର ଆସି ମଦ ଜବତ କରିବାକୁ ଉଦ୍ୟମ ବେଳେ , ୨ ମହିଳା ମଞ୍ଜୁଲତାଙ୍କୁ ଠେଙ୍ଗାରେ ଆକ୍ରମଣ କରି ଗୁରୁତର କରି ପକାଇଥିଲେ । ଆକ୍ରମଣ ଏତେ ଜୋରଦାର ଥିଲା ଯେ ସାଙ୍ଗରେ ଥିବା ଓଏସ୍.ପି. ଯବାନ ପ୍ରଦୀପ ସିଂ ମଧ୍ୟ ମଞ୍ଜୁଲତାଙ୍କୁ ଆକ୍ରମଣରୁ ରକ୍ଷା କରିପାରି ନଥିଲେ ।

ତେବେ ୨ ମହିଳାଙ୍କ ପ୍ରବଳ ଆକ୍ରମଣ ସତ୍ତ୍ୱେ ମଞ୍ଜୁଲତା ଜଣକୁ ଧରି ଥାନାକୁ ଆଣିବାକୁ ସକ୍ଷମ ହୋଇଥିଲେ । ଏହି ଭିଜୁଆଲ୍ ଭାଇରାଲ୍ ହୋଇଛି । ମଞ୍ଜୁଲତାଙ୍କୁ ବିଶୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହସାରା ମାଡ଼ ବାଜିବା ସହିତ ବାମ କାନରେ ଗୁରୁତର ଆଘାତ ଲାଗିଛି । ଏ ବାବଦରେ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ।

   Related Posts