ମଦ କାଉଣ୍ଟର ପରିସରରେ ବସି ମଦ ପିଉଥିଲେ, ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ ;୨ଚାଷୀ ଗୁରୁତର

Published By : Prameya-News7 Bureau | October 26, 2020 IST

ସୋର ୨୬।୧୦: ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ଆକ୍ରମଣ । ମଦ୍ୟପାନ କରି ୪ଜଣ ଯୁବକ ଦୁଇ ଜଣ ଚାଷୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ  କରିଥିବା ଅଭିଯୋଗ ଆସିଛି ।  ଗୁରୁତର ଚାଷୀଙ୍କୁ  ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡ଼ି ଅଞ୍ଚଳର  ଘଟଣା ।

{"id":350920,"sizeSlug":"large"}

ଖବର ଅନୁଯାୟୀ,  ବାଉରିପଦା ଅଞ୍ଚଳର ଚାରି ଜଣ ଯୁବକ ମଦ୍ୟପାନ କରୁଥିଲେ । ସେହି ବାଟ ଦେଇ ଜଣେ ଚାଷୀ କ୍ଷେତକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  ହଠାତ୍‌ ୪ଜଣ ଯୁବକ ଚାଷୀଙ୍କୁ ଆକ୍ରମଣ କରିଥିଲେ । ଏହାର ଖବର ପାଇ ଚାଷୀର ସମ୍ପର୍କୀୟ ଭାଇ ରକ୍ଷା କରିବାକୁ  ଆସି ସିଏ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ। ଯାହାଫଳରେ ୪ଜଣ ଯୁବକ ଦୁଇ ଜଣ ଚାଷୀ ଙ୍କୁ  ପଥର ଏବଂ ବାଡ଼ିରେ ଆକ୍ରମଣ କରିଥିଲେ।

{"id":350923,"sizeSlug":"large"}

ଆକ୍ରମଣରେ ଜଣେ ଚାଷୀର ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା ବେଳେ ଜଣଙ୍କ ଆଖି ପତା ଫାଟି ଯାଇଥିବାର ସୂଚନା ମିଳିଛି । ସେପଟେ ଘଟଣାସମ୍ପର୍କରେ ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ଜଣ ଯୁବକଙ୍କୁ ଅଟକ ରଖାଯାଇଛି ।ତେବେ ଅଟକ ଥିବା ଯୁବକଙ୍କ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର ଥିବା ସୂଚନା ରହିଛି । ସେହିପରି  ଗୁରୁତରଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରିଥିଲେ।। ଗୁରୁତର ଦୁଇ ଜଣ ହେଲେ ଗଜେନ୍ଦ୍ର ବେହେରା ଓ ପ୍ରହ୍ଲାଦ ପାତ୍ର ବୋଲି ଜଣାପଡିଛି। ଅନ୍ୟପଟେ ମଦ କାଉଣ୍ଟର ଭିତରେ ମଦ୍ୟପାନ କରିବା ପାଇଁ ନିୟମ ନଥିବା ବେଳେ କିଭଳି ମଦ କାଇଣ୍ଟର ଭିତରେ ମଦ୍ୟପାନ କରିବାକୁ ସୁଯୋଗ ଦେଲେ ସେ ନେଇ ସାଧାରଣରେ  ପ୍ରଶ୍ନବାଚୀ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.