ରୋଗୀ ମୃତ୍ୟୁକୁ ନେଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Published By : Prameya-News7 Bureau | August 09, 2019 IST

ବାଲେଶ୍ବର ୯|୮: ବାଲେଶ୍ଵର ମୁଖ୍ୟ ଡାକ୍ତରଖାନରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ବାଲେଶ୍ଵର ଦରଘାବଜାରର ରିଆସତ ଅଲ୍ଲୀଙ୍କ ୧୨ ବର୍ଷୀୟ କନ୍ୟା ରୁବିନା ଖାତୁନ ।

{"id":142451}

ସୂଚନାଯୋଗ୍ୟ ଯେ, ଝାଡାବାନ୍ତି ପାଇଁ ରୁବିନା ଡାଇରିଆ ୱାର୍ଡରେ ଭର୍ତ୍ତି ହୋଇଥିଲେ । ତେବେ ଦୀର୍ଘ ସମୟ ଡାକ୍ତର ନଆସିବାରୁ ଚିକିତ୍ସା ଅବହେଳା ହୋଇ ଝିଅଟିର ମୃତ୍ୟୁ ହୋଇଥିବା ବାପା ରିଆସତ ଅଭିଯୋଗ କରିଛନ୍ତି । ଏପରିକି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ମଧ୍ୟ ଦେଖାଦେଇଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

{"id":142452}

ଖବର ପାଇ ଉପଜିଲ୍ଲପାଳ ଡାକ୍ତରଖାନାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ହସ୍ପିଟାଲ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.