ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Published By : Prameya-News7 Bureau | March 29, 2019 IST

ବାଲେଶ୍ବର ୨୯|୩ :  ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ସିଡିଏମ୍ଓଙ୍କୁ ଘେରିଲେ ପରିବାର ସହ ଉତ୍ତ୍ୟକ୍ତ ଲୋକେ । ସୁଶାନ୍ତ କୁମାର ରାଉତଙ୍କ ୪ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ସାହୁଙ୍କ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଘଟଣା ସ୍ଥଳରେ ଉତ୍ତଜନା ପ୍ରକାଶ ପାଇଛି । ମୁଣ୍ଡରେ ଘା ହୋଇଥିବାରୁ ଗତ ୨୭ରେ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ ।  ୨୮ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ତେବେ ଅପରେସନ ପରେ  ତାଙ୍କର ଆଉ ହୋସ୍ ଆସିନଥିଲା । ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ହେଲେ ତା ପୂର୍ବରୁ ଶିଶୁଟିର ମୃତ୍ୟୁ ହୋଇଥିଲା । ମୃତ ଶିଶୁର ଘର ବସ୍ତା ମୁକୁଳସି ପଞ୍ଚାୟତ ସିଆଳିଆପଦା ଗାଁରେ । ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି ଶିଶୁର ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.