Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚୋରକୁ ପୋଲିସ ଧରିଲାନି, କି ଗାଁକୁ ଆସିଲାନି :ଏବେ ଠେଙ୍ଗା-ଟର୍ଚ୍ଚ ଧରି ପାଳି କରି ଜଗୁଛନ୍ତି ଗାଁଲୋକେ

27/10/2020 at 12:11 PM

ଆଠଗଡ଼ ୨୭।୧୦: ସାଧାରଣ ଲୋକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନକୁ ଅଖଣ୍ଡ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଆଇନ ଶୃଙ୍ଖଳା ପରିସ୍ଥିତି ହେଉ ଅବା ସାଧାରଣ ଜୀବନ ଯାପନ କରିବାପାଇଁ ସବୁଠି ଆବଶ୍ୟକତା ରହିଛି । କେଉଁଠି ଠିକଣା ଢଙ୍ଗରେ କାମ କରୁଛି, ତ କେଉଁଠି ଠିକଣା ଢଙ୍ଗରେ କାମ ବି ହେଉନି । ଯାହାର ସମ୍ମୁଖୀନ ହେଉଛନ୍ତି ସାଧାରଣଲୋକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି  କଟକ ସହରଠୁ ମାତ୍ର ୩୦ କିମି ଦୂରରେ ଥିବା ଆଠଗଡ଼ ଥାନା “ବାଇଲୋ” ଗାଁରେ  ।

ବାଇଲୋ ଗାଁରେ ଶହେରୁ ଅଧିକ ପରିବାର ବସବାସ କରୁଛନ୍ତି । କିନ୍ତୁ ରାତ୍ରି ସମୟରେ ଚୋରମାନଙ୍କ ଦୌରାତ୍ମ ଏହି ଗ୍ରାମର ଲୋକମାନଙ୍କ ନିଦ ହଜାଇ ଦେଇଛି । ବାରମ୍ବାର ଚୋରି ହେଉଥିବା ବେଳେ ଆଠଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରିବା  ଏବେ ଏହି ଗାଁ ପାଇଁ ଚିନ୍ତାର କାରଣ ପାଲଟିଛି,।

ଗ୍ରାମର ଚୋରୀ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଆଠଗଡ଼ ପୋଲିସ ପ୍ରଶାସନ କିଛି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପକ୍ଷରୁ ନିଜ ସୁରକ୍ଷା ନିଜେ କର ଓ ତୁମ ଜୀବନ ଭଳି ଆମ ଜୀବନ ପ୍ରତି ବିପଦ ଅଛି ବୋଲି ସଫେଇ ଦେଇଛନ୍ତି ।

ଅନ୍ୟପଟେ ବାଇଲୋ ଗ୍ରାମବାସୀ ଆଠଗଡ଼ ପୋଲିସ ପ୍ରଶାସନ ପାଖରୁ ନିରାଶ ହେବା ପରେ ଏବେ ନିଜସୁରକ୍ଷା ନିଜେ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗ୍ରାମର ମୁରବୀ ମାନେ ଗ୍ରାମସଭା ଡକାଇ ପ୍ରତିଦିନ ରାତିରେ ପାଳି କରି ଦଶଜଣ ଲେଖାଏଁ ରାତ୍ରି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ କଡ଼ାପ୍ରହରା ଦେଉଛନ୍ତି । ଖାଲି ସେତିକି ନୁହେଁ ଘର ପିଛା ଦଶ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଗାଁର ପ୍ରତ୍ୟେକ ଖୁଣ୍ଟରେ ବିଦ୍ୟୁତ ଆଲୋକର ବ୍ୟବସ୍ତା କରିଛନ୍ତି । ଗାଁ କମିଟି ତରଫରୁ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟ ସମ୍ପାଦନ କରୁଥିବା ଲୋକମାନଙ୍କ ପାଇଁ ଏକ ପରିଚୟ ପତ୍ରର ବ୍ୟବସ୍ତା ମଧ୍ୟ କରାଯାଇଛି ।

ଆଠଗଡ଼ ପୋଲିସ ପ୍ରଶାସନର ଏଭଳି ମନ୍ତବ୍ୟ ଓ ରାଜ୍ୟ ସରକାରଙ୍କ ସାଧାରଣ ଜନସାଧାରଣଙ୍କ ପାଇଁ ଆମ ପୋଲିସ କାର୍ଯ୍ୟକ୍ରମ ଆଠଗଡରେ଼ କେତେ ସଫଳ ହୋଇଛି । ତାହା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଇଲୋ ଗାଁକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।

   Related Posts