ଅକ୍ସିଜେନ୍‌ ଲଗାଇଲେନି ଆମ୍ବୁଲାନ୍ସ କର୍ମଚାରୀ ! ଚାଲିଗଲା ନାବାଳିକାଙ୍କ ଜୀବନ : ମେଡିକାଲରେ ଉତ୍ତେଜନା

Published By : Prameya-News7 Bureau | November 28, 2020 IST

ଆନନ୍ଦପୁର ୨୮।୧୧ : ଆମ୍ବଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ । ମୃତକ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ମେଡିକାଲ ଆଗରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ ଜାରି ରଖିଛି ।  

{"id":368899,"sizeSlug":"large"}

ଖବର ଅନୁଯାୟୀ, ନନ୍ଦିପଦା ଥାନା ଖେତୁଆଲୀ ଗାଁର ବସନ୍ତ ବେହେରାଙ୍କ ୧୧ବର୍ଷିୟା ଝିଅ ସ୍ୱପ୍ନାମୟୀ ଶ୍ୱାସ ଜନିତ ସମସ୍ୟାରୁ ଗୁରୁତର ହୋଇପଡିଥିଲେ । ଚିକିତ୍ସା ନିମନ୍ତେ ମେଡିକାଲକୁ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସସ ସହାୟତା ମାଗିଥିଲେ । ମେଡିକାଲ ଯିବା ବାଟରେ ଝିଅଟି ନିଶ୍ୱାସ ନେବାରେ ଅସୁବିଧା ନେବାରୁ କଷ୍ଟ ଅନୁଭବ କରିଥିଲେ । ଯାହାପରେ  ଝିଅର ମାଆ ଅକ୍ସିଜେନ୍ ଲଗାଇବାକୁ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଅନୁରୋଧ କରିଥିଲ । କିନ୍ତୁ କର୍ମଚାରୀଜଣଙ୍କ କୌଣସି କଥା ଶୁଣିନଥିଲେ ।

{"id":368900,"sizeSlug":"large"}

ମା ଜଣଙ୍କ ଯେତେ ନେହୁରା ହୋଇଥିବା ବି ଆମ୍ବଲାନ୍ସ କର୍ମଚାରୀ କୌଣସୀ କଥା ଶୁଣିନଥିଲେ । ଶେଷରେ ମେଡିକାଲରେ ପହଞ୍ଚିବା ବେଳକୁ ଝିଅଟିର ମୃତ୍ୟୁ ହୋଇଯାଇଥିଲା । ଅବହେଳା ଲାଗି ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଓ ଗ୍ରାମବାସୀମାନେ ମେଡିକାଲରେ ପହଞ୍ଚି ଉତ୍ତେଜନା ଆରମ୍ଭ କରିଥିଲେ । ଘଟଣାସ୍ଥଳର ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସୂଚନା ମିଳିଛି । ତେବେ ସରକାରଙ୍କ ପକ୍ଷରୁ ରୋଗୀ ସେବା ପାଇଁ ଯୋଜନା ରହିଛି । କିନ୍ତୁ ସେ ଯୋଜନା ଯଦି ଠିକ୍‌ ସମୟରେ କାମରେ ନଲାଗିବ , ତେବେ ସେ ଯୋଜନା କାହା ପାଇଁ ବୋଲି ସ୍ଥାନୀୟଲୋକ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.