ଛାତରୁ ପଡି ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

Published By : Prameya-News7 Bureau | November 17, 2020 IST

ଅନୁଗୁଳ ୧୭।୧୧: ନାଲକୋ ପ୍ଲାଣ୍ଟରେ ଅଘଟଣ । ଛାଡରୁ ପଡି ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଅକ୍ଷୟ ଦେହୁରୀ ବୋଲି ଜଣାପଡ଼ିଛି । ତାଙ୍କ ଧର ତୁଳସୀପାଳ ଗାଁରେ ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ,  ସେ ପ୍ଲାଣ୍ଟ ଭିତରେ ସିଟ ଛପର କରୁଥିବା ସମୟରେ ତଳକୁ ଖସି ପଡ଼ିଥିଲେ। ଯାହାଫଳରେ କି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ କମ୍ପାନୀରେ କାମ କରୁଥିଲେ। କ୍ଷତିପୂରଣ ଏବଂ ସୁରକ୍ଷା ଦାବି କରି ସହଯୋଗୀ ମାନେ ଶବ ବାହାରକୁ ଛାଡୁନାହାନ୍ତି। ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.