ମୃତ ଶିଶୁର ଆଖି ତାଡି ନେଇଥିବା ଅଭିଯୋଗ, ମେଡିକାଲରେ ଉତ୍ତେଜନା

Published By : Prameya-News7 Bureau | July 19, 2019 IST

ଅନୁଗୁଳ ୧୯|୭: ଅନୁଗୁଳ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । ଜଣେ ୩ବର୍ଷ ଶିଶୁର ଆଖି ତାଡି ନେଇଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକ।

ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ନୂଆହତାର ପ୍ରୀତି ଗୋଛୟତ ନାମକ ଶିଶୁର ଗତକାଲି ଜ୍ଵର ଯୋଗୁଁ ମୃତ୍ୟୁ ହୋଇଥିଲା । ତା ଶବ ଅନୁଗୁଳ ଶବ ଗୃହରେ ରହିଥିଲା । ଆଜି ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଶିଶୁଟିର ଆଖି ନଥିବା ପରିବାରଲୋକ ଦେଖିବାକୁ ପାଇଥିଲେ । ତେଣୁ ଏହାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାର ତଦନ୍ତ ଦାବି କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାରଲୋକ । ଘଟଣାରେ ଏ ପର୍ଯ୍ୟନ୍ତ ଅନୁଗୁଳ ସିଡିଏମଓଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନୁଗୁଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.