ମାଟି ଓ ବାଲି ଖାଦାନକୁ କେନ୍ଦ୍ରକରି ବାଲେଶ୍ବର ଦହପଡ଼ା ଓ କଣ୍ଟାବଣିଆରେ ମୁହାଁ ମୁହିଁ ପରିସ୍ଥିତି, ଗୁଳିମାଡରେ ଜଣେ ଆହତ

Published By : Prameya-News7 Bureau | January 31, 2019 IST

ବାଲେଶ୍ବର୩୧|୧: ମାଟି ଓ ବାଲି ଖାଦାନକୁ କେନ୍ଦ୍ର କରି ବାଲେଶ୍ବର ଦହପଡ଼ା ଓ କଣ୍ଟାବଣିଆ ଗାଁ ଭିତରେ ବାରମ୍ବାର ଲାଗିରହିଥିବା ଗଣ୍ଡଗୋଳ ଗଲାକାଲି ତୀବ୍ର ରୂପ ନେଇଛି । କଣ୍ଟାବଣିଆର ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ବେଳେ, ଦହପଡ଼ାର ଜଣକ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି କଣ୍ଟାବଣିଆ ଗାଁର କିଛି ଯୁବକ । ଗୁଳିମାଡ଼ର ଶିକାର ବ୍ୟକ୍ତିଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଗାଁ ଭିତରେ ଗଣ୍ଡଗୋଳ ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ

{"id":80240,"width":593,"height":326}

ହୋଇଥିବା ବେଳେ କୌଣସି ପକ୍ଷରୁ ଅଭିଯୋଗ ହୋଇନଥିବା ସତ୍ବେ ନିଜ ଆଡ଼ୁ ମାମଲାର ଛାନବିନ୍‌ ଚଳାଇଛି ପୋଲିସ ।

{"id":80245,"width":598,"height":329}

ବୁଧବାର । ରାତି ପ୍ରାୟ ୮ଟା ହେବ । ବାଲେଶ୍ବର କଣ୍ଟାବଣିଆର ବିରଞ୍ଚି ଦାସ ଫୁଲାଡ଼ି ଛକରୁ ଘରକୁ ଫେରୁଥିଲେ । ପଛପଟୁ ୨ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଉପରେ ଚଳାଇଥିଲେ ଗୁଳି । ଗୁଳିଟି ବିରଞ୍ଚିଙ୍କ ବାମପଟ ପିଠିରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ବିରଞ୍ଚିଙ୍କ ଉପରକୁ ସ୍ଥାନୀୟ ଦହପଡ଼ା ଗାଁର ସୁଶୀଲ ନାୟକ ଗୁଳି କରିଥିବା ଅନୁମାନ କରି କଣ୍ଟାବଣିଆର କିଛି ଯୁବକ ସୁଶୀଲଙ୍କ ଘର ଉପରେ କରିଥିଲେ ଆକ୍ରମଣ ।

{"id":80247,"width":594,"height":327}

ଘର ଉପରକୁ ଢ଼େଲାମାଡ଼ କରିବା ସହ ଘରର ସବୁ ଆସବାବପତ୍ରକୁ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣରେ ୩ଜଣ ମହିଳା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଏହି ଗଣ୍ଡଗୋଳ ପାଇଁ ସ୍ଥାନୀୟ ପୋଲିସର ନିସ୍କ୍ରିୟତାକୁ ଦାୟୀ କରିଛନ୍ତି ଲୋକେ ।

{"id":80248,"width":595,"height":327}

ତେବେ ଦୁଇ ଗାଁ ଭିତରେ ଏଭଳି ଗଣ୍ଡଗୋଳ ନୂଆ ନୁହେଁ । ବୁଢ଼ାବଳଙ୍ଗ ନଦୀ କୂଳରେ ଥିବା ଏହି ଦୁଇଟି ଗାଁ ଭିତରେ ଢ଼େର୍‌ ଦିନ ଧରି ଏମିତି ଛକାପଂଝା ଲାଗି ରହିଛି । ୨ମାସ ତଳେ କଣ୍ଟାବଣିଆର ଜଣେ ଯୁବକଙ୍କ ଭୁଜାଲି ମାଡ଼ରେ ଦହପଡ଼ାରୁ ୨ଜଣ ଯୁବକ ଆହତ ହୋଇଥିଲେ ।

{"id":80249,"width":595,"height":327}

ଦୁଇ ଗାଁ ଭିତରେ ଏଭଳି ଗଣ୍ଡଗୋଳର ମୁଖ୍ୟ କାରଣ ହୋଇଛି ବୁଢ଼ାବଳଙ୍ଗ ନଦୀ ଘାଟରେ ଥିବା ମାଟି ଓ ବାଲି ଖାଦାନ୍‌ ।ଜୋର ଜବରଦସ୍ତ ଖାଦାନ୍‌ ଉପରେ ନିଜର ଦାବେଦାରୀ ଜାହିର କରିବାକୁ ବାରମ୍ବାର ମୁହାଁମୁହିଁ ହୋଇଛନ୍ତି ଉଭୟ ଗାଁର ଯୁବକ । ଆଉ ଏଥି ପାଇଁ ପରସ୍ପର ଉପରେ ଆକ୍ରମଣ, ପ୍ରତିଆକ୍ରମଣ କରିବାକୁ ପଛାଉନାହାନ୍ତି । ତେବେ ଗତକାଲିର ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି ସହଦେବଖୁଣ୍ଟା ପୋଲିସ ।

{"id":80250,"width":592,"height":326}

୨ଗାଁ ଭିତରେ ଚାପା ଉତ୍ତେ୍ଜନାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଉଭୟ ଗାଁ ଭିତରେ ଚାଲିଥିବା ଏହି ଗଣ୍ଡଗୋଳରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।

{"id":80251,"width":595,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.