ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

Published By : Prameya-News7 Bureau | August 01, 2018 IST

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତଦେହ ନେଇ ଗାଁକୁ ଯାଇଥିବା ଆମ୍ବୁଲାନ୍ସକୁ ଅଟକ ରଖିଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ଥାନ ପଲସଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତ ଛାତ୍ରୀ ହେଲେ ଉର୍ମିଳା ହରିଜନ । ସେ ଭୁବନେଶ୍ବରସ୍ଥିତ ସର୍ବେଶ୍ବର ସାଇନ୍ସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିଲେ । ତେବେ ଛାତ୍ରୀ ଜଣଙ୍କ ହଷ୍ଟେଲରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ୪ ଦିନ ପୂର୍ବରୁ ଝିଅର ଦେହ ଭଲ ନଥିବା କଲେଜ କର୍ତ୍ତୃପକ୍ଷ ଘର ଲୋକଙ୍କୁ କହିଥିଲେ । ହେଲେ ପରିବାର ଲୋକେ ଗତକାଲି କଲେଜରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । କଲେଜ କର୍ତ୍ତୃପକ୍ଷ କୌଣସି କାରଣ ନଦର୍ଶାଇ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇ ଦେଇଥିଲେ । ଛାତ୍ରୀଙ୍କ ଦେହ ଭଲ ନଥିବାରୁ ଚିକିତ୍ସାରେ ଅବହେଳା କରିଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହାର ପ୍ରତିବାଦରେ ଗାଁକୁ ଯଇଥିବା ଆମ୍ବୁଲାନ୍ସକୁ ଅଟକ ରଖିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.