କୁଜଙ୍ଗ ବ୍ଲକ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦାବିରେ ଛାତ୍ର ଆନ୍ଦୋଳନ

Published By : Prameya-News7 Bureau | September 04, 2018 IST

ଜଗତସିଂହପୁର ୪/୯ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ସତ୍ୟ ସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷ ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର କରୁଥିବାରୁ ଏହାକୁ ବିରୋଧ କରାଯାଇଛି । ପ୍ରତିବାଦରେ ପାଠପଢା ବନ୍ଦ ରଖି ଆନ୍ଦୋଳନ କରିଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ମାନେ ମଧ୍ୟ ସାମିଲ ହୋଇଛନ୍ତି । ବହିଷ୍କୃତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ନମିଳିବା ଯାଏ ସ୍କୁଲ ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ବାରମ୍ବାର ସ୍କୁଲ କର୍ତ୍ତୃପକ୍ଷ ପ୍ରଧାନଶିକ୍ଷକ ମାନଙ୍କୁ ବହିଷ୍କାର କରୁଥିବା ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଜଗତସିହଂପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ସତ୍ୟ ସାଇ ଜ୍ଞାନବିକାଶ ବିଦ୍ୟାଳୟରରୁ ଆସିଛି ଏଭଳି ଅଭିଯୋଗ । ପ୍ରଧାନ ଶିକ୍ଷକଙ୍କ ବହିଷ୍କାରକୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିରୋଧ କରିଛନ୍ତି । ୧୯୯୧ ମସିହାରେ ପ୍ରତିଷ୍ଟା ଏହି ସ୍କୁଲ ସତ୍ୟସାଇ ଜ୍ଞାନ ବିକାଶ ପରିଚାଳନା କମିଟି ଦ୍ବାରା ଚାଲୁ ରହିଛି । ସ୍କୁଲରେ ୩୮୦ରୁ ଅଧିକ ଛାତ୍ର ଛାତ୍ରୀ ପାଇଁ ୨୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତେବେ ପ୍ରତି ଦୁଇ ବର୍ଷରେ ଥରେ ସ୍କୁଲର ପ୍ରଧାନ ଶିକ୍ଷକ ମାନଙ୍କୁ ବହିଷ୍କାର କରିଦେଉଛନ୍ତି ସ୍କୁଲ ର ପରିଚାଳନା କମିଟି । ଯାହାକୁ ନେଇ ଅଭିଭାବକ ମାନେ ପ୍ରଶ୍ନବାଚୀ ଉଠାଇଛନ୍ତି । ସ୍କୁଲଟି ବର୍ତ୍ତମାନ ସତ୍ୟସାଇ ସେବା ପରିଚାଳନା କମିଟି ଦ୍ବାରା ପରିଚାଳିତ ହେଉଛି । ତେବେ ଏପରି ମନଇଛା କାର୍ଯ୍ୟକୁ ଅଭିଭାବକ ମାନେ ବିରୋଧ କରିଛନ୍ତି । ସେପଟେ ଏଭଳି ଅଭିଗୋଗକୁ ଖଣ୍ଡନ କରିଛନ୍ତି କମିଟିର ସମ୍ପାଦକ । ତେବେ ବାରମ୍ବାର ପ୍ରଧାନ ଶିକ୍ଷକ ମାନଙ୍କ ପରିବର୍ତ୍ତନ ସହ ପିଲମାନଙ୍କ ଭବିଷ୍ୟତକୁ ନେଇ ପରିଚାଳନା କର୍ତ୍ତୁପକ୍ଷର ଏଭଳି ମନୋଭାବକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.