ଟଙ୍କା ଫେରିପାଇବା ଦାବୀରେ ବ୍ରହ୍ମପୁର ଚିଟ୍ପଣ୍ଡ୍ କାର୍ଯ୍ୟାଳୟ ସମ୍ମୁଖରେ କ୍ଷତିଗ୍ରସ୍ଥ ଜମାକାରୀଙ୍କ ବିକ୍ଷୋଭ
22/06/2018 at 11:10 AM

ପୁଣି ଚିଟ୍ପଣ୍ଡ୍ ର ଶୀକାର ହେଲେ ସାଧାରଣ ଲୋକେ। ବ୍ରହ୍ମପୁର ଉପକଣ୍ଠ କନିଷି ନିକଟରେ ସ୍ଥାପନ ହୋଇଥିଲା ଡଟ୍କମ୍ ଚିଟ୍ପଣ୍ଡ୍ କଂପାନୀ। ଏଥିରେ ସାଧାରଣ ଲୋକେ କମ୍ ଦିନରେ ଦିଗୁଣ ଟଙ୍କା ପାଇବା ଆଶାରେ ଲକ୍ଷାଧିକ ଟଙ୍କା ଜମା କରିଥିଲେ। ହେଲେ ଟଙ୍କା ପାଇବା ଅବଧି ହୋଇଥିଲେ ମଧ୍ୟ କଂପାନୀ କର୍ତ୍ତୃପକ୍ଷ ଟଙ୍କା ଫେରାଇନଥିଲେ। ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ମଧ୍ୟ କ୍ଷତିଗ୍ରସ୍ଥ ଜମାକାରୀ ଟଙ୍କା ଫେରିପାଇନଥିଲେ। ଏ ନେଇ ପୁଲିସ ନିକଟରେ ମଧ୍ୟ କ୍ଷତିଗ୍ରସ୍ଥ ଜମାକାରୀ ଫେରାଦ୍ ହୋଇଥିଲେ। କୌଣସି ସୁଫଳ ମିଳିନଥିବା ଜମାକାରୀ କହିଛନ୍ତି। ଟଙ୍କା ଫେରାଇବାକୁ କହିଲେ ଗୁଣ୍ଡା ଦ୍ବାରା ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଟଙ୍କା କେମିତି ଫେରିପାଇବୁ ସେ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ କ୍ଷତିଗ୍ରସ୍ଥ ଜମାକାରୀ, ଏଜେଣ୍ଟ୍ ନିବେଦନ କରିଛନ୍ତି। ନଚେତ୍ ଆନ୍ଦୋଳନକୁ ଜୋରଦାର କରିବୁ ବୋଲି କହିଛନ୍ତି। ଜମାକାରୀମାନେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିବା ବେଳେ ଟଙ୍କା ଫେରିନପାଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କଂପାନୀ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କା ହଡପ କରି କଂପାନୀରେ ତାଲା ପକାଇ କୁଆଡେ ଫେରାର୍ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ସେପଟେ ଗୋଳନ୍ଥରା ପୁଲିସ ଡଟମ୍ କଂପାନୀକୁ ସିଲ୍ କରିବା ସହ ଦୁଇ ଜଣ କଂପାନୀ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା କହିଛି। ସଂସ୍ଥାର ମୁଖ୍ୟ ଫେରାର୍ ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।