ଚୌଦ୍ବାରରେ ଉତ୍ତେଜନା ; ମଦ ଦୋକାନ ଭଙ୍ଗାରୁଜା କଲେ ଉତ୍ୟକ୍ତ ମହିଳା
11/08/2018 at 7:35 AM

କଟକ ଚୌଦ୍ବାର ଥାନା କପାଳେଶ୍ବରରେ ଥିବା ଦେଶୀ ମଦ ଦୋକାନରେ ଭଙ୍ଗାରୁଜା । ନିଆଁ ଲଗାଇ ଦେଲେ ସ୍ଥାନୀୟ ଲୋକ । ଦେଶୀ ମଦ ପିଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ୟକ୍ତ ଲୋକ ଭଙ୍ଗାରୁଜା କରିଛନ୍ତି । କପାଳେଶ୍ବର ସୁଇପର କଲୋନୀରେ କାଲି ରାତିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସରକାରୀ ଦେଶୀ ମଦ ଦୋକାନ ସାମ୍ନା ନାଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏପଟେ ଦେଶୀ ମଦ ଦୋକାନ ଯୋଗୁ ଅପରାଧ ବଢୁଥିବା ଅଭିଯୋଗ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ତୁରନ୍ତ ମଦ ଦୋକାନ ଉଠାଇ ନେବାକୁ ଦାବି କରିଛନ୍ତି ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021