ନାବାଳିକା ବିବାହକୁ କେନ୍ଦ୍ର କରି ତୁମୁଳକାଣ୍ଡ : ପୋଲିସ ଓ ଚାଇଲ୍ଡ ଲାଇନ୍ ଅଧିକାରୀଙ୍କୁ ଘେରିଲେ ଲୋକେ
27/05/2019 at 8:14 AM

ଚୋୖଦ୍ବାର ୨୭/୫ : ଚୌଦ୍ୱାରରେ ନାବାଳିକା ବିବାହକୁ କେନ୍ଦ୍ର କରି ତୁମୁଳକାଣ୍ଡ ହୋଇଛି । ବିବାହ ବନ୍ଦ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ ଓ ଚୌଦ୍ୱାର ପୋଲିସକୁ ତୀବ୍ର ବିରୋଧ କରିଛନ୍ତି ନାବାଳିକାଙ୍କ ପରିବାର । ଚୌଦ୍ୱାର ପୌରପାଳିକା ୧୩ ନମ୍ବର ୱାର୍ଡ ପାଇକେରାପୁର ଗ୍ରାମର ଜଣେ ନାବାଳିକାଙ୍କ ବିବାହ ଆଜି ଗ୍ରାମ ଏକ ମନ୍ଦିରରେ ହେବାକୁ ଥିଲା । ବର ମଧ୍ୟ ବରଯାତ୍ରୀ ସହ ମନ୍ଦିରରେ ପହଂଚି ଯାଇଥିଲା ।

କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ ଓ ଚୌଦ୍ୱାର ପୋଲିସ ସେଠାରେ ପହଂଚି ବିବାହ ବନ୍ଦ କରି ନବଳିକାକୁ ଗାଡ଼ିରେ ବସାଇ ସିଡବ୍ଳ୍ଉସି ପାଖକୁ ନେବାବେଳେ ପରିବାର ଲୋକେ ଏହାକୁ ବିରୋଧ କରି ପୋଲିସ ଗାଡିକୁ ଛାଡିନଥିଲେ । ସେମାନେ ବିବାହ କରିବାକୁ ଜିଦି କରିଥିଲେ । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021