ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ ପରିସରରେ ଓଡିଶା ବନ ଉନ୍ନୟନ ନିଗମ ନିଯୁକ୍ତି ପରୀକ୍ଷା ବେଳେ ଉତ୍ତେଜନା

Published By : Prameya-News7 Bureau | October 28, 2018 IST

ଭୁବନେଶ୍ୱର ୨୮/୧୦ : ଓଡିଶା ବନ ଉନ୍ନୟନ ନିଗମ ନିଯୁକ୍ତି ପରୀକ୍ଷାରେ ଅବ୍ୟବସ୍ଥା । ଅବ୍ୟବସ୍ଥାନେଇ ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲରେ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପରୀକ୍ଷାକୁ ସ୍ଥଗିତ କରିଛନ୍ତି କତ୍ତୃପକ୍ଷ | ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ହାଲାବୋଲ । ନାରାବାଜି ଓ ପ୍ରତିବାଦରେ ପ୍ରକମ୍ପିତ ହୋଇଥିଲା ପରୀକ୍ଷା କେନ୍ଦ୍ର। ଆଜି ଓଡିଶା ବନ ଉନ୍ନୟନ ନିଗମରେ ଅାସିଷ୍ଟାଣ୍ଡ ମ୍ୟାନେଜର ଓ ଜୁନିୟର ମ୍ୟାନେଜର ନିଯୁକ୍ତି ପରୀକ୍ଷା ବେଳେ ଉତ୍ତେଜନା ଦେଖାଦେଇଥିଲା । ୩୦ ଜୁନ ୨୦୧୮ରେ ଓଡିଶା ବନ ଉନ୍ନୟନ ନିଗମର ନୋଟିଫିକେସନ ନମ୍ବର ୧୨୫୬୮ ଅନୁଯାୟୀ ୧୪ଟି ଅାସିଷ୍ଟାଣ୍ଡ ମ୍ୟାନେଜର ଓ ୩୧ ଟି ଜୁନିୟର ମ୍ୟାନେଜର ପଦବୀ ପାଇଁ ପ୍ରାୟ ୨୨ ଶହ ପରିକ୍ଷାର୍ଥି ପରୀକ୍ଷା ଦେବାକୁ ଭୁବନେଶ୍ବର ୟୁନିଟ୧ ସ୍ଥିତ ମଦର ପବ୍ଲିକ ସ୍କୁଲ କେନ୍ଦ୍ରକୁ ଅାସିଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଥିଲା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରର ଗେଟ ଖୋଲି ନଥିଲା । ଏହା ସହ ସିଟ ଆରେଞ୍ଜମେଣ୍ଟ ପରି ବ୍ୟବସ୍ଥା ହୋଇନଥିଲା । ଯାହକୁ ନେଇ ଘଟଣାସ୍ଥଳରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିଲେ । ୨୨ଶହ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ କୁହାଯାଇଥିଲେ ମଧ୍ୟ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିଲା। ଘଟଣା ସ୍ଥଳରେ ଉ‌େତ୍ତଜନା ପ୍ରକାଶ ପାଇବାରୁ ପୋଲିସ ମୁତୟନ କରାଯାଇଥିଲା । ପରୀକ୍ଷା ବାବଦ ଫିସ ଫେରାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଅବ୍ୟବସ୍ଥିତ ପରୀକ୍ଷା ପରିଚାଳନା ଯୋଗୁ ଦୂର ଦୁରାନ୍ତରୁ ଅାସିଥିବା ବହୁ ପରିକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରୀକ୍ଷା ବାବଦ ଟଙ୍କା ଫେରାଇବା ସହ ପରୀକ୍ଷାରେ ବିଶୃଙ୍ଖଳା ଯୋଗୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ସେପଟେ ପରୀକ୍ଷାକୁ କତ୍ତୃପକ୍ଷ ବାତିଲ କରିଦେଇଛନ୍ତି । ତେବେ ଏହା ପଛରେ କିଛି ଦଲାଲ ସକ୍ରିୟ ଥିବା ଅଭିଯୋଗ କରିଛନ୍ତି ପରିକ୍ଷାର୍ଥୀ । ସରକାର ଏହାର ତଦନ୍ତ କରିବା ସହ ଦୋଷୀଙ୍ଗୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.