ଟୁଟ୍ଟିକୋରିନରେ ଥମୁନି ଉତ୍ତେଜନା ; ୧୪୪ ଧାରା ଜାରି

Published By : Prameya-News7 Bureau | May 24, 2018 IST

ଟୁଟ୍ଟିକୋରିନରେ ଥମୁନି ଉତ୍ତେଜନା । ଅଦାଲତ ସଂପ୍ରସାରଣ କାମ ବନ୍ଦ ନିର୍ଦ୍ଦେଶ ଦେବା ପରେ ବି ବେଦାନ୍ତ ଷ୍ଟେରଲାଇଟ୍ କପର ସ୍ମେଲଟର ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ ଥମିବାର ସଂକେତ ବି ନାହିଁ । ଅଧିକ ସତର୍କତା ପଦକ୍ଷେପ ନେଇଛି ପୋଲିସ ପ୍ରଶାସନ । ଟୁଟ୍ଟିକୋରିନ୍‌ ରେ ଇଣ୍ଟରନେଟ ସେବାକୁ ସାମୟିକ ବନ୍ଦ କରିଦିଆଯାଇଛି ।ତିରୁନେଲଭେଲି ଏବଂ କନ୍ୟାକୁମାରୀରେ ବି ଇଣ୍ଟରନେଟ ସେବା ସସ୍‌ପେଣ୍ଡ । ଉତ୍ତେଜନା ଥିବା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଗଣ୍ଡଗୋଳକାରୀଙ୍କୁ ଧରିବାକୁ ଘରକୁ ଘର ପଶି ଖାନତଲାସ କରୁଛି ପୋଲିସ । ବର୍ଥତମାନ ସୁଦ୍ଧା ପୋଲିସ ଗୁଳିରେ ମ-ତକଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ଗତ ୨୨ ତାରିଖ ଗୁଳିକାଣ୍ଡରେ ଆହତଙ୍କ ମଧ୍ୟରୁ ୨୦ ଜଣ ତେବେ ବି ଚିକିତ୍ସାଧିନ ଅଛନ୍ତି ।ଗତକାଲି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ୨ ଟି ପୋଲିସ ଜିପ୍ ଜାଲିବା ସହ ଟୁଟ୍ଟକୋରିନ ଜେନେରାଲ ହସପିଟାଲ ସମ୍ମୁଖରେ ଥିବା ୨ ଟି ବସ୍ ମଧ୍ୟ ପୋଡି ଦେଇଛନ୍ତି । ମୃତକଙ୍କ ଶବ ନେବାକୁ ସଂପର୍କୀୟ ମାନେ ମନା କରିଦେଇଛନ୍ତି । ତେବେ ସେପଟେ ଏହି ମାମଲାରେ ହସ୍ତକ୍ଷେପ କରିଥିବା କୋର୍ଟ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଶବ ସତ୍କାର ନକରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ରାଜନୈତୀକ ପ୍ରତିକ୍ରିୟା ବି ଜୋର ଧରିଛି । ଡିଏମକେ ୨୫ ତାରିଖ ତାମିଲନାଡୁ ବନ୍ଦ ଡାକରା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛନ୍ତି ବିରୋଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.