ସ୍କୁଲ ପରୀକ୍ଷାରେ କପି କରିବାକୁ ବାରଣ କରିବାରୁ ପରୀକ୍ଷା ଖାତା ଧରି ବାହାରକୁ ପଳାଇଲେ ପରୀକ୍ଷାର୍ଥୀ

Published By : Prameya-News7 Bureau | August 31, 2018 IST

କେନ୍ଦ୍ରାପଡା ୩୧/୮ : ପରୀକ୍ଷା ବେଳେ କପି ଯାଞ୍ଚକୁ ନେଇ ଉତ୍ତେଜନା । ପରୀକ୍ଷା ଖାତା ଧରି ବାହାରକୁ ପଳାଇଲେ ପରୀକ୍ଷାର୍ଥୀ । କେନ୍ଦ୍ରାପଡା ବଳଦେବ ହାଇସ୍କୁଲରେ ଓଡିଶା ଓପେନ ସ୍କୁଲ ପରୀକ୍ଷାରେ କପି କରିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ଆଜି ଗଣିତ ପରୀକ୍ଷା ଚାଲିଥିବାବେଳେ ହଲ ଭିତରେ କପି ଯାଞ୍ଚ କରିବାକୁ ବିରୋଧ କରିଥିଲେ ପରୀକ୍ଷାର୍ଥୀ । ସ୍କୁଲ ଶିକ୍ଷକଙ୍କ ସହ ପାଟିତୁଣ୍ଡ ହେବା ପରେ ସେମାନେ ଖାତା ଧରି ସ୍କୁଲ ବାହାରକୁ ପଳାଇଆସିଥିଲେ । ସେମାନଙ୍କୁ ଅଟକାଇବାକୁ ଆସିଥିବା ପୋଲିସ ସହ ମଧ୍ୟ ଯୁକ୍ତିତର୍କ ହୋଇଛି । କିଛି ପରୀକ୍ଷାର୍ଥୀ ଖାତା ଫେରାଇ ଦେଇଥିବାବେଳେ ସମସ୍ତ ଖାତା କର୍ତ୍ତୃପକ୍ଷଙ୍କ ନିକଟକୁ ଆସିନଥିବା ଜଣାପଡିଛି । ସେପଟେ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.