Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟାକୁ ବିରୋଧ କରି ଗ୍ରାମବାସୀ ପୋଲିସ ମୁହାଁମୁହିଁ; ସରକାରୀ ଗଛ କାଟିବାକୁ କେମିତି ଅନୁମତି ମିଳିଲା ବୋଲି ପ୍ରଶ୍ନ କଲା ବିଜେପି

17/11/2018 at 6:27 PM

ଢେଙ୍କାନାଳ ୧୭/୧୧ : ବିୟର ଫ୍ୟାକ୍ଟ୍ରିକୁ ବିରୋଧକରି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ । ବିୟର ଫ୍ୟାକ୍ଟ୍ରି ପାଇଁ ବ୍ୟାପକ ଗଛକଟାକୁ ବିରୋଧ କରିଛନ୍ତି ଢେଙ୍କାନାଳ ବଳରାମପୁର ବାସିନ୍ଦା । ପି ଆଣ୍ଡ ଏ ବଟଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଇଡ୍‌କୋରୁ ୧୨ ଏକର ଜମି ନେଇଛି । ଯେଉଁଥିରେ ଥିବା ଶାଳ ଶାଗୁଆନ୍ ଗଛକୁ କାଟିବାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ଗଛ ରହିବା ଦରକାର ନା ବିଅର ଫ୍ୟାକ୍ଟ୍ରି । ଏହାକୁ ନେଇ ଚାଲିଛି ଟଣା ଓଟରା ପୋଲିସ ପବ୍ଲିକ୍‌ ମୁହାଁମୁହିଁ । ଢେଙ୍କାନାଳ ବଳରାମପୁର ଜଙ୍ଗଲରେ ଗଛକଟାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ P&A ବଟଲ୍ସ ପ୍ରାଇଭେଟ ଲିମିଟେଡ ଇଡକୋରୁ ୧୨ ଏକର ଜମି ନେଇଛି । ହେଲେ ଏହି ଜମିରେ ୯୫୬ଟି ଶାଳ ଓ ଶାଗୁଆନ ଗଛ ରହିଛି । ବିୟର ଫ୍ୟାକ୍ଟ୍ରିକୁ ଗାଁ ଲୋକେ ବିରୋଧ କରିବା ସହ ବ୍ୟାପକ ଗଛକଟାକୁ ବିରୋଧ କରିଆସୁଥିଲେ । ତେବେ ଆଜି ପୋଲିସ ଉପସ୍ଥିତିରେ ଚାଲିଥିଲା ଗଛକଟା । ହେଲେ ଗାଁ ଲୋକେ ମେଳି ହୋଇ ଏହାକୁ ବିରୋଧ କରିଥିଲେ । ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହି ଘଟଣା ବି ବିଧାନସଭାରେ ଉଠାଇଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ । ସରକାରୀ ଗଛ କାଟିବାକୁ କେମିତି ଅନୁମତି ଦେଲେ ବୋଲି ସେ କହିଛନ୍ତି ।  ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ଜଙ୍ଗଲ ଜମିରେ ମଦ ଫ୍ୟାକ୍ଟ୍ରି ପାଇଁ ଅନୁମତି ଦିଆଯାଇନାହିଁ । ସେହି ଜମି ରାଜସ୍ବ ବିଭାଗର । ସେଥିପାଇଁ କେବଳ ଏନ୍‌ ଓସି ଦିଆଯାଇଛି । ସେପଟେ ଗଛ କଟା ଘଟଣାକୁ ନିନ୍ଦା କରିଛନ୍ତି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ।

ଏହି ଘଟଣାରେ ସମାଜବାଦୀ ପାର୍ଟି ମଧ୍ୟ ମହିଳାଙ୍କୁ ଗାଁର ପୋଲିସ ଅତ୍ୟାଚାର କରିଥିବା ନେଇ ମହିଳା କମିଶନଙ୍କ ପାଖେ ଫେରାଦ ହୋଇଛନ୍ତି ।ସେଠାରେ ଆଜି ଅନେକ ଗଛ କଟା ଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

   Related Posts