ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ; ଗାଁରେ ବୁଲୁଛନ୍ତି ୨୨ ଟିକିଆ ହାତୀପଲ
21/10/2018 at 11:40 AM

ଅନୁଗୋଳ ୨୧/୧୦ : ଅନୁଗୁଳରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ଲିଙ୍ଗରାକଟା ଗାଁର ବିକ୍ରମ ରାଉତ | ପାଖ ବିଲକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି | ଏବେବି ବିଲର ପଡି ରହିଛି ମୃତଦେହ | କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି | ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ | ଏବେବି ଗାଁ ପାଖରେ ବୁଲୁଛନ୍ତି ୨୨ ଟିକିଆ ହାତୀ ପଲ | ଆଖପାଖ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି | ହାତୀଙ୍କୁ ଜଗି ରହିଛନ୍ତି ବନବିଭାଗ | ଢେଙ୍କାନାଳ ଜିଲାରୁ ବ୍ରାହ୍ମଣୀ ନଦୀ ପାର ହୋଇ ହାତୀପଲ ଆସିଥିବା ଆଶଙ୍କା କରାଯାଉଛି | ହାତୀମାନଙ୍କୁ ଘଉଡାଇବାକୁ ଗ୍ରାମବାସୀଙ୍କ ଦାବି କରିଛନ୍ତି |
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021